ରାଉରକେଲା : ଗୁରୁ ନାନକ ପବ୍ଲିକ ସ୍କୁଲ ର ପ୍ରତିଷ୍ଠାତା ଦିବସ ପାଳିତ।। ମେଗା ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ।
ରାଉରକେଲା ଗୁରୁ ନାନକ ପବ୍ଲିକ ସ୍କୁଲ ର ପ୍ରତିଷ୍ଠାତା ଦିବସ ସ୍କୁଲ ପରିସରରେ ପାଳନ କରାଯାଇଛି। ଏହା ସହ ଗୁରୁ ନାନକ ଦେବ ଜୀ ଙ୍କ ପ୍ରକାଶ ପୁରବ ଉତ୍ସବ ମଧ୍ୟ ପାଳନ କରାଯାଇଛି। ଏହି ଉପଲକ୍ଷେ ଭଜନ କୀର୍ତ୍ତନ ଆଦିର ଆୟୋଜନ କରାଯାଇଥିଲା। ଲଙ୍ଗର ର ମଧ୍ୟ ଆୟୋଜନ ହୋଇଥିଲା। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।
ଏହି ପରିପ୍ରେକ୍ଷୀରେ ସ୍କୁଲ ପରିସରରେ ଏକ ମେଗା ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। କଲୁଙ୍ଗା ଲାୟନ୍ସ କ୍ଲବ ପକ୍ଷରୁ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ଚକ୍ଷୁ , ଦାନ୍ତ , ରକ୍ତଚାପ , ମଧୁମେହ ଆଦିର ପରୀକ୍ଷା କରା ଯାଇଥିଲା।