ବଣେଇ : ବହୁ ଚର୍ଚ୍ଚିତ ଜିନ୍ଦଲ କମ୍ପାନୀ ମ୍ୟାନେଜର ମୋତିରାମ ପାଲ ହତ୍ୟାକାଣ୍ଡର ପର୍ଦ୍ଦାଫାସ।। ହତ୍ୟା ଅଭିଯୁକ୍ତ ପୁର୍ବ ରୋଷେୟା ଗିରଫ।
ବହୁ ଚର୍ଚ୍ଚିତ ଜିନ୍ଦଲ କମ୍ପାନୀ ମ୍ୟାନେଜର ମୋତିରାମ ପାଲ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଲହୁଣୀପଡା ପୋଲିସ। ମୋତିରାମ ଜିନ୍ଦଲ କମ୍ପାନୀରେ ରେଲୱେ ସାଇଡିଂ ଇନଚାର୍ଜ ଭାବେ କାମ କରୁଥିଲେ। ମୋତିରାମ ଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ମୋତିରାମ ଙ୍କ ପୂର୍ବ ରୋଷେୟା ସୁଶୀଲ କୁମାର ତ୍ରିପାଠୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ୩୭ ବର୍ଷୀୟ ସୁଶୀଲ ବଣେଇ ଜୀବିକା ଗ୍ରାମର। ସେ କୁଶଳୀ ଶ୍ରମିକ ଥିବାରୁ ମୋତିରାମ ଙ୍କ ପାଖରେ ରୋଷେୟା ଭାବେ କାମ କରୁଥିଲେ। ପ୍ରାୟ ବର୍ଷେ ହେବ ମୋତିରାମ କୌଣସି କାରଣରୁ ଶୁଶୀଲଙ୍କୁ ରୋଷେୟା ଚାକିରୀ ରୁ ବିଦା କରି ଦେଇଥିଲେ। ପରେ ତାଙ୍କୁ ଅଣ କୁଶଳୀ ଶ୍ରମିକ ଭାବେ କାମ କରାଇଥିଲେ। ଏହାକୁ ନେଇ ସୁଶୀଲ ଉତକ୍ଷିପ୍ତ ଥିଲେ। କିଛିଦିନ ହେଲା ଶୁଶୀଲ ଙ୍କୁ ନାଇଟ ଶିଫ୍ଟ ରେ କାମ ଦିଆଯାଇଥିଲା। ଏଥିରେ ସେ ଆହୁରି ରାଗି ଯାଇ ମୋତିରାମ ଙ୍କୁ ମାରିବାକୁ ମନସ୍ଥ କରିଥିଲେ। ସେହି ଅନୁସାରେ ନଭେମ୍ବର ୬ ତାରିଖ ରାତିରେ ମୋତିରାମ ଙ୍କ ରୁମ ରେ ପଶି ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ। ଗିରଫ ହତ୍ୟା ଅଭିଯୁକ୍ତ ଶୁଶୀଲ କୁମାରଙ୍କୁ କୋର୍ଟ ଚାଲାଣ କରାଯାଇଛି।