କାର୍ତ୍ତିକ ମାସରେ ଆମିଷ ଛାଡ଼ି ନିରାମିଷ ଭୋଜନ କରିଥିବା ଲୋକମାନେ ଆଜି ଛାଡ଼ଖାଇରେ ଆମିଷ ବଜ଼ାରରେ ଲଗାଇଛନ୍ତି ଭିଡ଼। ଛାଡ଼ଖାଇ ବୁଧବାର ପଡ଼ିଥିବାରୁ ଆମିଷ ପ୍ରିୟ ଲୋକ ମାନେ ଆହୁରି ଉତ୍ସାହିତ ହୋଇ ପଡିଛନ୍ତି। ଆଜି ରାଉରକେଲାର ବିଭିନ୍ନ ମାଛ ବଜ଼ାର ରେ ବେଶ ଭିଡ଼ ପରିଲକ୍ଷିତ ହୋଇଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବେପାରୀ ମାନେ ରୋହୀ , ଭାକୁର ଆଦି ବଡ଼ବଡ଼ ମାଛ ଆଣି ରଖିଥିବା ବେଳେ ଚିଙ୍ଗୁଡ଼ି , କଙ୍କଡା ଆଦି ମଧ୍ୟ ରଖିଛନ୍ତି। ଲୋକମାନଙ୍କ ପ୍ରଥମ ପସନ୍ଦ ନଦୀ ମାଛ ହୋଇଥିବା ବେଳେ ଚାଷ କରା ଯାଉଥିବା ମାଛ ବିକ୍ରୀ ମଧ୍ୟ ଚାଲିଛି। ମାଛ ବଜ଼ାର ସହ କୁକୁଡ଼ା , ଖାସି ମାଂସ ବିକ୍ରି ହେଉଥିବା ସ୍ଥାନରେ ମଧ୍ୟ ଆଜି ଭିଡ଼ ଦେଖାଯାଉଛି।