ରାଉରକେଲା : ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ।। ହାତୀ ଦଳ ଫସଲ ନଷ୍ଟ କରୁଥିବା ଅଭିଯୋଗ କଲେ ଗ୍ରାମବାସୀ ।

0 241

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। କେଉଁଠି ହାତୀ ମଣିଷ ମାରିଲାଣି ତ ଆଉ କେଉଁଠି ଫସଲ ନଷ୍ଟ କଲାଣି । ସ୍ଥାନୀୟ ଲୋକମାନେ ଏବଂ ବନ ବିଭାଗ ହାତୀ ଘଉଡାଉ ଥିବା ବେଳେ ପୁଣି ସେମାନେ ଫେରି ଆସୁଛନ୍ତି। ଗାଁ କୁ ହାତୀ ପ୍ରବେଶ କରି ଫସଲ ନଷ୍ଟ କରୁଥିବାରୁ ଅତିଷ୍ଠ ହୋଇ ପଡ଼ିଛନ୍ତି ରାମଜୋଡି ପଞ୍ଚାୟତର ମନକୋ ଗ୍ରାମ ବାସୀ। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କୌଣସି ଫଳ ମିଳୁନଥିବା ଅଭିଯୋଗ ହେଉଛି। ହାତୀ ଫସଲ ନଷ୍ଟ କଲେ କ୍ଷତିପୂରଣ ଠିକ ସମୟରେ ମିଳୁନଥିବା କହିଛନ୍ତି ଗ୍ରାମବାସୀ। ଏହାଛଡା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକର ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ଆଜି କଂଗ୍ରେସ ନେତା ପ୍ରଶାନ୍ତ ସେଠି ରାମଯୋଡି ପଞ୍ଚାୟତ ଗସ୍ତ କରିଥିଲେ। ହାତୀ ଉପଦ୍ରବର ଶିକାର ଗ୍ରାମବାସୀ ମାନେ ଏହି ସମସ୍ୟାର ସମାଧାନ କରିବାକୁ ତାଙ୍କୁ ନିବେଦନ କରିଥିଲେ। ଏ ବାବଦରେ ବନବିଭାଗ ଏବଂ ଜିଲ୍ଳା ପ୍ରଶାସନ ସହ କଥାବାର୍ତ୍ତା କରି ସମାଧାନ ରାସ୍ତା ବାହାର କରିବେ ବୋଲି ପ୍ରଶାନ୍ତ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.