ରାଉରକେଲା : ପୋଷ୍ଟ ଅଫିସ ଟ୍ରେଜେରୀ ଭାଙ୍ଗି ଲୁଟ ଉଦ୍ୟମ।। ୧୯ ନମ୍ବର ସେକ୍ଟରରେ ପୋଷ୍ଟ ଅଫିସରେ ହୋଇଛି ଲୁଟ ଉଦ୍ୟମ।। ପୋଲିସ ତଦନ୍ତ ଜାରି।
ରାଉରକେଲା ୧୯ ନମ୍ବର ସେକ୍ଟରରେ ଥିବା ପୋଷ୍ଟ ଅଫିସ ଟ୍ରେଜେରୀ ତାଡି ଦ୍ରୁବୃତ୍ତ ମାନେ ମଙ୍ଗଳବାର ରାତିରେ ଲୁଟ ଉଦ୍ୟମ କରିଛନ୍ତି। ତେବେ ଲୁଟ ର ପରିମାଣ ଜଣାପଡିନାହିଁ। ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଦ୍ରୁବୃତ୍ତ ମାନେ ପୋଷ୍ଟ ଅଫିସ ର କବାଟ ଭାଙ୍ଗି ଭିତରେ ପଶିଥିଲେ। ପୋଷ୍ଟ ଅଫିସ ମଧ୍ୟରେ ପଶିବା ପରେ ସେଠାରେ ଥିବା ଟ୍ରେଜେରୀ କୁ ଭାଙ୍ଗି ଲୁଟ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସେଥିରେ ସଫଳ ନହେବାରୁ ଅଫିସରେ ଥିବା ବିଭିନ୍ନ ଡ୍ର ଆଦି ଭାଙ୍ଗି ଚୋରି କରିବା ଉଦ୍ୟମ କରିଥିଲେ। ତେବେ ପୋଷ୍ଟ ଅଫିସ ରୁ କଣ କଣ ଚୋରି ହୋଇଛି ତା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଷ୍ଟ ମାଷ୍ଟର ଙ୍କ ରିପୋର୍ଟ ପରେ ଏ ବାବଦରେ ୧୯ ନମ୍ବର ସେକ୍ଟର ଥାନାରେ ଏକ ମାମଲା ରଜ୍ଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।