ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗର ସହ କାର ଜବତ।। ଜଣେ ଅଭିଯୁକ୍ତ ଗିରଫ।

0 429

ବ୍ରାଉନ ସୁଗର ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିବାସହ ପାଖାପାଖି ୧୭ ଗ୍ରାମ ବେଆଇନ ଡ୍ରଗ୍ସ ଜବତ କରିଛନ୍ତି। ଏହା ସହ ଅଭିଯୁକ୍ତ ନିକଟରୁ ଏକ କାର ମଧ୍ୟ ଜବତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲି ବସ୍ତିର ବାବୁ ସିଂ
ବେଆଇନ ନିଶା କାରବାର କରୁଥିବା ଖବର ପାଇଥିଲେ ଅବକାରୀ ବିଭାଗ। ସୂଚନା ଆଧାରରେ ଏସଆଇ ଶ୍ରୀଧର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଉଦିତନଗର ଥାନା ଅନ୍ତର୍ଗତ ବିରଜାପାଲି ବସ୍ତି ନିକଟରେ ମୁଖ୍ୟ ରାସ୍ତାରେ ଯାଞ୍ଚ୍ କରିଥିଲେ। ଯାଞ୍ଚ ସମୟରେ ଏକ କାର ରୁ ବ୍ରାଉନ ସୁଗର ମିଳିଥିଲା। ଜବତ ଡ୍ରଗ୍ସର ମୂଲ୍ୟ ଆନୁମାନିକ ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି। ଅଭିଯୁକ୍ତ ବାବୁ ସିଂ ଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.