ରାଉରକେଲା : ଜିଲ୍ଲାର କିକ୍ ବକ୍ସିଙ୍ଗ ଖେଳାଳୀ ମାନେ ହାସଲ କଲେ ୫ ଗୋଲଡ଼ ମେଡାଲ।। ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇଥିଲା ଅନ୍ତର୍ଜାତୀୟ ଚମ୍ପିୟନଶିପ।
ରାଉରକେଲା : ଜିଲ୍ଲାର କିକ୍ ବକ୍ସିଙ୍ଗ ଖେଳାଳୀ ମାନେ ହାସଲ କଲେ ୫ ଗୋଲଡ଼ ମେଡାଲ।। ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇଥିଲା ଅନ୍ତର୍ଜାତୀୟ ଚମ୍ପିୟନଶିପ।ରାଉରକେଲା ଲାଗି ଆଜି ଥିଲା ଖୁସି ଏବଂ ଗର୍ବର ଦିନ। ସହର ଏବଂ ଜିଲ୍ଲାର ଖେଳାଳି ମାନେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ହାସଲ କରି ଫେରି ଆସିଛନ୍ତି। ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିଅମରେ ଅନୁଷ୍ଠିତ ହୋଇଥିବା ଦୂତୀୟ ଅନ୍ତର୍ଜାତୀୟ କିକ୍ ବକ୍ସିଙ୍ଗ ଚମ୍ପିଅନଶିପ ରେ ଯାଇଥିବା ଖେଳାଳି ମାନେ ମେଡାଲ ଜିତି ଫେରିଛନ୍ତି। ଯାଇଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ସ୍ୱର୍ଣ୍ଣ , ଜଣଙ୍କୁ ରୌପ୍ୟ , ୩ ଜଣଙ୍କୁ ବ୍ରୋଞ୍ଜ ମେଡାଲ ମିଳିଛି। ଏହି ଖେଳାଳୀ ମାନେ ମଙ୍ଗଳବାର ଦିନ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିବା ପରେ କ୍ରୀଡ଼ାପ୍ରେମୀଙ୍କ ପକ୍ଷରୁ ସେମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ବାଜା ବଜାଇ , ନୃତ୍ୟ କରି ଖେଳାଳୀ ମାନଙ୍କୁ ସ୍ୱାଗତ କରିଥିଲେ ଜିଲ୍ଲା ବାସୀ।