ରାଉରକେଲା : ସହରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ।। ଗ୍ରହଣ ଯୋଗୁଁ ରାତିରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ।

0 296

ବୋଇତ ବନ୍ଦାଣ ଉତ୍ସବ ସହ ଆଜି ଭୋରୁ ଡଙ୍ଗା ଭସାଇ ଉତ୍କଳର ପୂର୍ବ ସଂସ୍କୃତିକୁ ମନେ ପକାଇଛନ୍ତି ଶ୍ରଦ୍ଧାଳୁ। ଆଜି ଗ୍ରହଣ ଲାଗୁଥିବାରୁ ରାତି ରୁ ଶ୍ରଦ୍ଧାଳୁ ମାନେ ନଦୀ , ପୋଖରୀ ଆଦିରେ ଡଙ୍ଗା ଭସାଇଥିଲେ। ଗ୍ରହଣ ଲାଗୁଥିବାରୁ ଆଜି ଭୋରୁ ସମସ୍ତ ଦେବାଳୟ ବନ୍ଦ ରହିଛି। ଫଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ମାନେ ଦେବ ଦର୍ଶନ ରୁ ବଞ୍ଚିତ ହୋଇଛନ୍ତି। ରାଉରକେଲାରେ ବ୍ରାହ୍ମଣୀ ନଦୀ ସହ ବିଭିନ୍ନ ଜଳାଶୟ ରେ ଶ୍ରଦ୍ଧାଳୁ ମାନେ ଡଙ୍ଗା ଭସାଇଥିଲେ। ଗତକାଲି ସନ୍ଧ୍ୟାରେ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍କଳର ପୂର୍ବ ଐତିହ୍ୟ ମନେ ପକାଯାଇଥିଲା। ରାଜ୍ୟର ନାମୀ ଦାମୀ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply

Your email address will not be published.