ରାଉରକେଲା : ଭଞ୍ଜଭବନ ରେ ନଭେମ୍ବର ୧୭ ରୁ ୨୧ ପର୍ଯ୍ୟନ୍ତ ହେବ ଆଞ୍ଚଳିକ ହର୍ବଲ ମେଳା।। ବନ ବିଭାଗ ପକ୍ଷରୁ ହେବ ମଡେଲ ହର୍ବଲ ଗାର୍ଡେନ।

0 341

ଆସନ୍ତା ୧୭ ତାରିଖରୁ ୫ ଦିନ ଧରି ରାଉରକେଲାରେ ଆୟୋଜନ କରାଯାଉଛି ଆଞ୍ଚଳିକ କଳିଙ୍ଗ ହର୍ବଲ ମେଳା। ରାଉରକେଲା ବନ ବିଭାଗ ପକ୍ଷରୁ ଏହି ମେଳା ସ୍ଥାନୀୟ ଭଞ୍ଜଭବନରେ ୧୭ ନଭେମ୍ବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ତଥା ରାଜ୍ୟ ବାହାରୁ ବୈଦ୍ୟ ମାନେ ଏହି ମେଳାରେ ଆସି ଯୋଗ ଦେବେ ବୋଲି ଜଣାପଡିଛି। ଏହି ମେଳାରେ ଆୟୁର୍ବେଦିକ ଏବଂ ଆୟୁଷ ଡାକ୍ତର ମାନେ ନିଶୁଳ୍କ ହେଲଥ କ୍ୟାମ୍ପ କରିବେ। ବନ ବିଭାଗ ପକ୍ଷରୁ ଏ ବାବଦରେ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ବନବିଭାଗ ପକ୍ଷରୁ ଏକ ମଡେଲ ହର୍ବଲ ଗାର୍ଡେନ ମଧ୍ୟ ସେଠାରେ ହେବ ବୋଲି
ଡି ଏଫ ଓ ଯଶବନ୍ତ ସେଠୀ କହିଛନ୍ତି।

Leave A Reply

Your email address will not be published.