ରାଉରକେଲା : ଅନୌପଚାରିକ ଭାବେ ପୁରୁଣା ବ୍ରାହ୍ମଣୀ ସେତୁରେ ଦୁଇଚକିଆ ଯାନ ଚଳାଚଳ ଆରମ୍ଭ।। ସେତୁରେ ୩୨ ଟି ଲାଇଟ ପୋଷ୍ଟ ଲାଗିଲା।
ରାଉରକେଲା ପୁରୁଣା ବ୍ରାହ୍ମଣୀ ସେତୁର ମରାମତି କାମ ଏବେ ସରି ସରି ଆସୁଛି। ବ୍ରିଜ ର ଏକ୍ସପାନସନ ଜଏଣ୍ଟ ମରାମତି ସରି ଯାଇଥିବା ବେଳେ ଏବେ ବ୍ରିଜ ଉପରେ ରାସ୍ତା କାମ ଆରମ୍ଭ ହେଉଛି। ଆଉ ୧୫ ଦିନ ମଧ୍ୟରେ ବ୍ରିଜ କାମ ସରିବା ନେଇ ଆଶା କରାଯାଉଛି । ବ୍ରିଜ କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଅନୌପଚାରିକ ଭାବେ ଦୁଇ ଚକିଆ
ଯାନ ଚଳାଚଳ କରୁଛି। ବ୍ରିଜ ର ପାନପୋଷ ମୁଣ୍ଡରେ ମାଟି ଜମା ହୋଇଥିବାରୁ ବିପ୍ପଜନକ ଭାବେ ଦୁଇଚକିଆ ଯାନ ଯିବା ଆସିବା କରୁଛି। ବ୍ରିଜ ଉପରେ ବିଦ୍ୟୁତକରଣ କାମ ସମ୍ପୂର୍ଣ୍ଣ ହୋଇଛି। ବ୍ରିଜ ହେବା ଦିନରୁ ଏହି ସେତୁରେ ଲାଇଟ ନଥିଲା। ଏବେ ୫୮ ବର୍ଷ ପରେ ମହାନଗର ନିଗମ ପକ୍ଷରୁ ପ୍ରଥମ ଥର ଲାଗି ବ୍ରିଜ ରେ ଲାଇଟ ଲାଗୁଛି। ଲୋକଙ୍କ ଯାତାୟାତରେ ସୁବିଧା ଲାଗି ବ୍ରିଜ ର ଉଭୟ ପାର୍ଶ୍ୱରେ ୩୨ ଟି ଲାଇଟ ପୋଷ୍ଟ ଲାଗିଛି। ପୁରୁଣା ବ୍ରାହ୍ମଣୀ ସେତୁ ର ମରାମତି କାମ ସରିଗଲା ପରେ ଉଭୟ ନୂଆ ଏବଂ ପୁରୁଣା ବ୍ରିଜ ଉପରେ ଟ୍ରାଫିକ ଲୋଡ଼ କମିବା ନେଇ ଆଶା ପ୍ରକାଶ ପାଇଛି।