ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଆଜି ବିରମିତ୍ରପୁର ବନ୍ଦ।। ରାଜପଥ ଅବରୋଧ।।

0 249

୧୪୩ ନମ୍ବର ଜାତୀୟ ରାଜପଥର ଦୁରାବସ୍ଥା ଏବଂ ଏହାର ମରାମତିରେ ନେସନଲ ହାଇୱେ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ଆଜି ବିରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି। ୧୪୩ ନମ୍ବର ଜାତୀୟ ରାଜପଥ ମରାମତି କରିବାରେ ଏନ ଏଚ କର୍ତ୍ତୃପକ୍ଷ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ସୋମବାର ଦିନ ବିରମିତ୍ରପୁର ବନ୍ଦ ଡାକରା ଦିଆଯିବା ସହ ହାଇୱେ ଅବରୋଧ କରାଯାଇଛି। ଏହି ଡାକରା ଦେଇଛି ବିରମିତ୍ରପୁର ବିକାଶ ମଞ୍ଚ। ବିରମିତ୍ରପୁର ସହରର। ସମସ୍ତ ଦୋକାନ ବଜ଼ାର ବନ୍ଦ ରହିଛି। ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଫଳରେ ଓଡିଶା-ଝାରଖଣ୍ଡ ମଧ୍ୟରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଏ ବାବଦରେ ଶନିବାର ଦିନ ମଞ୍ଚର ଏକ ବୈଠକ ବିରମିତ୍ରପୁରରେ ହୋଇଥିଲା। ଏହି ବୈଠକରେ ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆନ୍ଦୋଳନ ଡାକରାକୁ ସମର୍ଥନ ଦେଇଥିଲେ। ବିରମିତ୍ରପୁର ସହର ଦେଇ ଯାଇଥିବା ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଯାତାୟତ ରେ ଅସୁବିଧା ହେବା ସହ ଧୂଳି ଉଡୁଥିବା ଯୋଗୁ ସ୍ଵାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ରାସ୍ତା ମରାମତି ର ବାରମ୍ବାର ପ୍ରତିଶୃତି ଦେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଫଳ ହେଉଥିବାରୁ ଆଜି ବିରମିତ୍ରପୁର ବିକାଶ ମଞ୍ଚ ପକ୍ଷରୁ ଏହି ଚରମ ପଦକ୍ଷେପ ନିଆଯାଇଛି। ବନ୍ଦ କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.