ବିରମିତ୍ରପୁର:୪/୮(ସତ୍ୟାନ୍ୟୁଜ) ଖଣି ଏବଂ ରାଜସ୍ୱ ବିଭାଗ ଜବତ କରିଥିବା ବେଆଇନ୍ ବାଲି କୁ ବାଲି ମାଫିଆ ମାନେ ଚୋରି କରି ୧୦ ଟି ହାଇବା ଗାଡ଼ିରେ ନେଇ ଯାଉଥିବା ବେଳେ ଧରା ପଡିଛନ୍ତି। କିଛି ଦିନ ପୂର୍ବରୁ ଖଣି ଏବଂ ରାଜସ୍ୱ ବିଭାଗ
ସଲଙ୍ଗା ବାହାଲ ଠାରେ ବେଆଇନ୍ ଭାବେ ଜମା ହୋଇଥିବା ବିପୁଳ ପରିମାଣର ବାଲି ଜବତ୍ କରିଥିଲେ। ଗତକାଲି ରାତିରେ ୧୦ ଟି ହାଇବା ଗାଡ଼ିରେ ଏହି ଜବତ୍ ବାଲି କୁ ଅନ୍ୟତ୍ର ଚାଲାଣ କରା ଯାଉଥିବା ଖବର ପାଇ
ରାଏବଗା ପୋଲିସ୍ , ଖଣି ଏବଂ ରାଜସ୍ୱ ବିଭାଗ କର୍ମଚାରୀ ମାନେ ଚଢାଉ କରିଥିଲେ। ଏହି ବାଲି ବଣାଇ ଅଞ୍ଚଳକୁ ଚାଲାଣ ହେଉଥିବା ତଦନ୍ତରୁ ଜଣା ପଡିଛି । ସୁନ୍ଦରଗଡ଼ ଜିଲ୍ଲାରେ ବାଲି ମାଫିଆ ମାନେ ସକ୍ରିୟ ଥିବାରୁ ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି।