ରାଉରକେଲା : ଜିନ୍ଦଲ ଷ୍ଟିଲ କମ୍ପାନୀର ଲଜିଷ୍ଟିକ ମ୍ୟାନେଜରଙ୍କୁ ନିର୍ମମ ଭାବେ ହତ୍ୟା।। ବରସୁଆଁ ଗେଷ୍ଟ ହାଉସ ରେ ହତ୍ୟା କାରାଯାଇଛି।। ପୋଲିସ ତଦନ୍ତ ଜାରି।

0 427

ସୁନ୍ଦରଗଡ ଜିଲ୍ଲାରେ ଜିନ୍ଦଲ ଷ୍ଟିଲ ଲିମିଟେଡ଼ର ଜଣେ ଅଧିକାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଅଧିକାରୀ ମୋତିରାମ ପାଲ ଲଜିଷ୍ଟିକ ମ୍ୟାନେଜର ଭାବେ ଜିନ୍ଦଲ କମ୍ପାନୀରେ କାମ କରୁଥିଲେ। କିଛିଦିନ ହେଲା ସେ ବରସୁଆଁ ଗେଷ୍ଟ ହାଉସ ରେ ରହୁଥିଲେ। ଗତକାଲି ରାତିରେ ମୋତିରାମ ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସୋମବାର ସକାଳେ ଗେଷ୍ଟ ହାଉସର କେୟାର ଟେକର ଆସି ମୋତିରାମଙ୍କୁ ରୁମ ରେ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିଥିଲେ । ସେ ସଙ୍ଗେ ସଙ୍ଗେ ଏ ବାବଦରେ ପୋଲିସ କୁ ଜଣାଇଥିଲେ। ଲହୁଣୀପଡ଼ା ପୋଲିସ ସାଇଣ୍ଟିଫିକ ଟିମ, ପୋଲିସ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.