ହିନ୍ଦୋଳ: ବାର୍ଦ୍ଧକ୍ୟ ଭତ୍ତା ପାଉନାହାନ୍ତି ହିତାଧିକାରୀ।। ଭତ୍ତା ପାଇବାକୁ ବାର ଦୁଆର ହେଉଛନ୍ତି ବୃଦ୍ଧ , ବୃଦ୍ଧା।

0 8

୪ ମାସ ଧରି ଭତ୍ତା ମିଳିନି । ବ୍ଲକ-ବ୍ୟାଙ୍କ ମଧ୍ୟରେ ବାର ଦୁଆର ହେଉଛନ୍ତି ବୃଦ୍ଧ ଓ ଭିନ୍ନକ୍ଷମ।
ଢେଙ୍କାନାଳ/ହିନ୍ଦୋଳ: ୪/୮
(ସତ୍ୟାନ୍ୟୁଜ) ଭତ୍ତା ଟଙ୍କା ନମିଳିବାରୁ ଭିନ୍ନକ୍ଷମ ଓ ବୃଦ୍ଧ-ବୃଦ୍ଧାମାନେ ହଇରାଣ ହେଉଥିବା ଅଭିଯୋଗ ଆସିଛି। ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି।
ଅସରଡା ଓ ଦୁଦୁରକୋଟ ପଞ୍ଚାୟତର ଅନେକ ଭିନ୍ନକ୍ଷମ ମହିଳା ଏବଂ ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧ-ବୃଦ୍ଧାମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ଗତ ୪ ମାସ ଧରି ଭତ୍ତା ପାଇନାହାନ୍ତି। ଭତ୍ତା ପାଇଁ ସେମାନଙ୍କୁ ପଞ୍ଚାୟତରୁ ବ୍ୟାଙ୍କ ଓ ବ୍ୟାଙ୍କରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି। ଏଥିପାଇଁ ଅଟୋ ଭଡ଼ା ବାବଦରେ ପ୍ରାୟ ୫୦୦ ଟଙ୍କା ଖର୍ଚ୍ଚ ହେଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣା ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ସ୍ୱାଇଁଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ଯେ, କେବଳ ହିନ୍ଦୋଳ ନୁହେଁ, ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଭତ୍ତା ବଣ୍ଟନରେ ବିଳମ୍ବ ହୋଇଛି। କେତେକ ହିତାଧିକାରୀ ଦୁଇ ମାସର ଭତ୍ତା ପାଇଥିବାବେଳେ, ବାକି ଥିବା ଭତ୍ତା ମଧ୍ୟ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପଟେ ହିତାଧିକାରୀମାନେ ହିନ୍ଦୋଳ ବ୍ଲକର ଅଧିକାରୀ ରୋହିତ ପ୍ରଧାନଙ୍କ ନିକଟରେ ମଧ୍ୟ ଏନେଇ ଅଭିଯୋଗ କରିଥିବା ଜଣାପଡ଼ିଛି।
ରିପୋର୍ଟ: ସନ୍ତୋଷ କୁମାର ମହାପାତ୍ର, ଢେଙ୍କାନାଳ

Leave A Reply

Your email address will not be published.