ବଣାଇ: ସିଡ଼ିପିଓ ଙ୍କ ଗାଡ଼ି ଧକ୍କାରେ ଯୁବକ ଗୁରୁତର।। ରାଉରକେଲା ସ୍ଥାନାନ୍ତରିତ।। ଡ୍ରାଇଭର ଫେରାର।

0 80

ବଣାଇ:୫/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ଗୁରୁଣ୍ଡିଆ ସିଡିପିଓଙ୍କ ସରକାରୀ ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗୁରୁଣ୍ଡିଆରେ କାର୍ଯ୍ୟରତ ସିଡିପିଓଙ୍କୁ ନେବା ପାଇଁ ସରକାରୀ ଗାଡ଼ି ବଣାଇ ଆସୁଥିବା ବେଳେ ବଣାଇ ଥାନା ଅନ୍ତର୍ଗତ କିନ୍ଦରିକେଲା ନିକଟରେ ଡ୍ରାଇଭର ଗାଡ଼ିର ନିୟନ୍ତ୍ରଣ ହରାଇ ଏକ ବାଇକକୁ ଧକ୍କା ଦେଇଥିଲା।
ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବାବେଳେ ପ୍ରଥମେ ତାଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ପରେ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସରକାରୀ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ଅନ୍ୟ ପକ୍ଷରେ ଆହତ ଯୁବକଙ୍କ ପରିବାର ପକ୍ଷରୁ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.