ରାଉରକେଲା , ୬/୧୧ (ସତ୍ୟାନ୍ୟୁଜ) ଉତ୍କଳ ସାଂସ୍କୃତିକ ପରିଷଦ ପକ୍ଷରୁ ପରିଷଦର ୩୨ତମ ବୋଇତବନ୍ଦାଣ ଉତ୍ସବ ସ୍ଥାନୀୟ ସେକ୍ଟର – ୨ ଦୁର୍ଗାପୂଜା ପଡିଆରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ରବିବାର ସଂଧ୍ୟାରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ବିଶେଷ ଅତିଥି ଭାବେ ଯୋଗ ଦେଇ ଏହି ମହାନ ସାଂସ୍କୃତିକ ପର୍ବ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟନ କରିଥିଲେ । ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କୁନ ବିହାରୀ ଦାସ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି, ଭୁବନେଶ୍ଵର (ଉତ୍ତର) ର ବିଧାୟକ ସୁଶାନ୍ତ ରାଉତ ଓ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଉଥିବା ବେଳେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ହ୍ୟୁମାନ୍ ସାଗରଙ୍କ ଟିମ୍ ସାଗର ସଂଗମ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।