ରାଉରକେଲା : ରାଉରକେଲା ରେ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା।। ନିର୍ମାଣ ଧୀନ ହକି ଷ୍ଟାଡିଅମର ଅନୁଧ୍ୟାନ କଲେ।

0 287

ଆସନ୍ତା ଜାନୁଆରୀ ମାସରେ ଭୁବନେଶ୍ୱର ଏବଂ ରାଉରକେଲାରେ ଅନୁଷ୍ଠିତ ହେବ ହକି ବିଶ୍ୱ କପ। ରାଉରକେଲାରେ ନୂତନ ଭାବେ ନିର୍ମିତ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ରେ ମ୍ୟାଚ ହେବାକୁ ଥିବାବେଳେ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିଅମ ରେ ଖେଳ ହେବ। ଏଥି ଲାଗି ଉଭୟ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଉଛି। ରାଉରକେଲାରେ ନିର୍ମାଣ ଧୀନ ହକି ଷ୍ଟାଡିଅମ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବାକୁ ରବିବାର ଦିନ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ପହଞ୍ଚିଛନ୍ତି। ମନ୍ତ୍ରୀ ଶ୍ରୀ ବେହେରାଙ୍କ ସାଙ୍ଗରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଭିନଲ କ୍ରିଷ୍ଣା , ଭୁପେନ୍ଦ୍ର ସିଂ ପୁନିଆ , ସୁନ୍ଦରଗଡ଼ ଜିଲ୍ଲାପାଳ , ରାଉରକେଲା ଏସପି , ଏ ଡି ଏମ ପ୍ରମୁଖ ହକି ଷ୍ଟାଡିଅମ ପରିଦର୍ଶନ କରିଥିଲେ। ହକି ଷ୍ଟାଡିଅମ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବେହେରା ସନ୍ତୋଷ ପ୍ରକାଶ କରିବା ସହ ଏହା ଠିକ ସମୟରେ ସରିବ ବୋଲି କହିଥିଲେ। ହକି ଖେଳକୁ ଆହୁରି ବ୍ୟାପକ କରିବାକୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ରେ ୧୭ ଟି ଅଷ୍ଟ୍ରଟ୍ରଫ ପଡିଆ କାମ ଚାଲିଥିବା ମନ୍ତ୍ରୀ କହିଛନ୍ତି

Leave A Reply

Your email address will not be published.