ରାଉରକେଲା : ଗୁରୁ ନାନକ ଦେବଜୀ ଙ୍କ ଜନ୍ମଦିନ ପରିପ୍ରେକ୍ଷୀରେ ସହରର ବିଶାଳ ଶୋଭଯାତ୍ରା।। ସାମିଲ ହେଲେ ଶହଶହ ଶ୍ରଦ୍ଧାଳୁ।
ଗୁରୁ ନାନକ ଦେବଜୀ ଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଏକ ବିଶାଳ ଶୋଭାଯାତ୍ରା ରବିବାର ଦିନ ରାଉରକେଲା ସହର ପରିକ୍ରମା କରିଥିଲା। ଗୁରୁଦ୍ୱାରା ପ୍ରବନ୍ଧକ କମିଟି ପଷରୁ ଆୟୋଜିତ ଏହି ଶୋଭଯାତ୍ରା ଷ୍ଟେସନ ନିକଟ ଗୁରୁଦ୍ୱାର ରୁ ବାହାରିଥିଲା। ରିଙ୍ଗ ରୋଡ଼ ଦେଇ ଶୋଭଯାତ୍ରା ଉଦିତନଗର ଯିବାପରେ ସହରର ମୁଖ୍ୟମାର୍ଗ ଦେଇ ଫେରିଥିଲା। ଏକ ସୁସଜ୍ଜିତ ଗାଡ଼ିରେ ଗୁରୁଗ୍ରନ୍ଥ ରଖାଯାଇ ନଗର କୀର୍ତ୍ତନ କରାଯାଇଥିଲା। ଶ୍ରଦ୍ଧାଳୁ ମାନେ ରାସ୍ତାରେ ପାଣି ପକାଇ ଝାଡୁ ଦେବା ସହ ଗୁରୁବାଣୀ ଗାନ କରିଥିଲେ। ଶୋଭଯାତ୍ରା ଲାଗି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା। ଆସନ୍ତା ୮ ତାରିଖରେ ଗୁରୁ ନାନକ ଦେଵଜୀ ଙ୍କ ଜନ୍ମଦିନ ପାଳନ କରାଯିବ।