ଶୀତ ର ଆଗମନ ସହ କୁହୁଡି ର ଆସ୍ଥରଣ ଏବେ ସବୁଆଡେ ଦେଖିବାକୁ ମିଳୁଛି। ହାଲୁକା ହାଲୁକା ଶୀତ ସକାଳେ ଲୋକମାନେ ଖଟିରେ ଚା ପିଇବା ସହ ପ୍ରାତଃ ଭ୍ରମଣ ର ମଜ୍ଜା ନେଉଛନ୍ତି। ଅନ୍ୟପକ୍ଷରେ କୁହୁଡି ଯୋଗୁଁ ଯାନ ବାହାନ ଚଳାଚଳରେ ଅସୁବିଧା ମଧ୍ୟ ହେଉଛି। ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଏବେ ଦେଖିବାକୁ ମିଳିଛି ଘନ କୁହୁଡି। କୁହୁଡି ର ପ୍ରଭାବରେ କମ ଦୂରତା ରେ ଥିବା ବସ୍ତୁ ମଧ୍ୟ ଦେଖା ଯାଉ ନାହିଁ। ବିଶେଷ କରି ଗାଡି ଚାଳକଙ୍କ ଲାଗି ସମସ୍ୟା ଦେଖା ଦେଇଛି। କୁହୁଡି ଯୋଗୁ ପରିବେଶ ବେଶ ସୁନ୍ଦର ଲାଗୁଚି। କୁହୁଡି ସାଙ୍ଗକୁ ଶୀତ ଆସିଥିବାରୁ ସକାଳୁ ସକାଳୁ ଲୋକମାନେ ଘରୁ ବାହାରି ଏହି ସୁନ୍ଦର ପରିବେଶର ମଜ୍ଜା ନେଉଛନ୍ତି।