ରାଉରକେଲା ୧୫ ନମ୍ବର ସେକ୍ଟର ପଡ଼ିଆରେ ସାତ ଦିବସୀୟ ଦୂତୀୟ
ସି ଆଇ ଟି ଇ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ସି ଆଇ ଟି ଇ କପ ଟିମ ଏବଂ ଅଦ୍ୟାଶା ସୋସିଆଲ ଫାଉଣ୍ଡସନ ପକ୍ଷରୁ ଏହି କ୍ରିକେଟ ପ୍ରତିଯୋଗିତା ହେଉଛି। ଅହମ୍ମଦ ସୋସିଆଲ ଫାଉଣ୍ଡସନ ର ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଜାହାଙ୍ଗିର ହକ୍ ଉଦଘାଟନ କରିଥିଲେ। ଅତିଥିଭାବେ ଜୟନ୍ତୀ ଦାସ ଏବଂ ସୁମିତ୍ରା ସ୍ୱାଇଁ ଯୋଗ ଦେଇଥିଲେ। ସମୁଦାୟ ୧୬ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିବା ବେଳେ ୧୦ ଓଭର ର ଖେଳ ରହିବ। କ୍ରୀଡା କ୍ଷେତ୍ରରେ ରାଉରକେଲା ଏବେ ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରୁଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ।