ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ କୈାଶଲ୍ୟା ବିହାର ଅଞ୍ଚଳର ବାସିନ୍ଦା ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ବିଶେଷ କରି ଏହି ଅଞ୍ଚଳର ରାସ୍ତାର ଅବସ୍ଥା ଦୟନୀୟ ଥିବାରୁ ଯାତାୟତ ରେ ଅସୁବିଧା ସୃଷ୍ଟି ହେଉଛି। ଏହାଛଡା ଡ୍ରେନ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ରାସ୍ତାକୁ ଡ୍ରେନ ପାଣି ଆସି ଯାଉଛି। ଏପରି ଅଭିଯୋଗ କରିଛନ୍ତି କୌଶଲ୍ୟା ବିହାର ଅଞ୍ଚଳ ବାସିନ୍ଦା। ବାରମ୍ବାର ଅଭିଯୋଗ ପରେ ରାସ୍ତା କାମ ହେଉ ନଥିବାରୁ ସ୍ଥାନୀୟ ଲୋକମାନେ ଆଜି ମହାନଗର ନିଗମ କମିଶନର ଙ୍କୁ ଭେଟିଛନ୍ତି। ବିଜେପି ନେତା ନିହାର ରାୟ ଙ୍କ ନେତୃତ୍ୱରେ ସ୍ଥାନିୟ ବାସିନ୍ଦା ମାନେ
ଆର ଏମ୍ ସି ଡେପୁଟି କମିଶନରଙ୍କୁ ମଧ୍ୟ ଭେଟି ଥିଲେ। ଯଥା ଶିଘ୍ର ରାଉରକେଲା ମହାନଗର ନିଗମ ତରଫରୁ ସମସ୍ୟା ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା କୁହାଯାଉଛି। ଏହି ପ୍ରତିନିଧି ଦଳରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମା , ଉପସଭାପତି ସୋନୁ ସିଂ, ମଣ୍ଟୁ ନନ୍ଦ ପ୍ରମୁଖ ସାମିଲ ଥିଲେ ।