ରାଉରକେଲା : ଆସନ୍ତା ୭ ତାରିଖରେ ବିରମିତ୍ରପୁର ବନ୍ଦ ଡାକରା ସହ ରାଜପଥ ଅବରୋଧ ।। ଜାତୀୟ ରାଜପଥ ଦୁରାବସ୍ଥା ପ୍ରତିବାଦରେ ବନ୍ଦ ଡାକରା।

0 259

ଜାତୀୟ ରାଜପଥ ଦୁରାବସ୍ଥା ଏବଂ ଏହାର ମରାମତିରେ ନେସନଲ ହାଇୱେ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲାରେ ଆନ୍ଦୋଳନ ମୁଣ୍ଡ ଟେକୁଛି। ୧୪୩ ନମ୍ବର ଜାତୀୟ ରାଜପଥ ମରାମତି କରିବାରେ
ଏନ ଏଚ କର୍ତ୍ତୃପକ୍ଷ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଆସନ୍ତା ୭ ତାରିଖରେ ବିରମିତ୍ରପୁର ବନ୍ଦ ଡାକରା ଦିଆଯିବା ସହ ହାଇୱେ ଅବରୋଧ କରାଯିବ। ଏହି ଡାକରା ଦେଇଛି ବିରମିତ୍ରପୁର ବିକାଶ ମଞ୍ଚ। ଶନିବାର ଦିନ ମଞ୍ଚର ଏକ ବୈଠକ ବିରମିତ୍ରପୁରରେ ହୋଇଥିଲା। ଏହି ବୈଠକରେ ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆନ୍ଦୋଳନ ଡାକରାକୁ ସମର୍ଥନ ଦେଇଥିଲେ। ବିରମିତ୍ରପୁର ସହର ଦେଇ ଯାଇଥିବା ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି। ଯାତାୟତ ରେ ଅସୁବିଧା ହେବା ସହ ଧୂଳି ଉଡୁଥିବା ଯୋଗୁ ସ୍ଵାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ରାସ୍ତା ମରାମତି ର ବାରମ୍ବାର ପ୍ରତିଶୃତି ଦେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଫଳ ହେଉଥିବାରୁ ଏହି ପଦକ୍ଷେପ ନିଆଯାଉଥିବା କହିଛନ୍ତି ମଞ୍ଚର କର୍ମକର୍ତ୍ତା ।

Leave A Reply

Your email address will not be published.