ବାରହା ଶିକାର ଅଭିଯୋଗରେ ବଣାଇ ବନ ବିଭାଗ ୪ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ବାରହା ମାଂସ , ଫାସ , ତାର ଆଦି ଜାବତ କରାଯାଇଛି। ବଣାଇ ରେଞ୍ଜ ଅନ୍ତର୍ଗତ ଟିକାୟତପାଲି ସେକ୍ସନର ତିଲେଇମାଲ ଜଙ୍ଗଲରେ ବାରହା ଶିକାର କରିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ବଣାଇଁ ରେଞ୍ଜ ଅଫିସର ମନୋଜ କୁମାର ପାତ୍ର ତାଙ୍କ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ୪ ଜଣ ଶିକାରୀଙ୍କୁ ଗିରଫ କରିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।