ସୁନ୍ଦରଗଡ : ବେଦାନ୍ତ ର ଯାମକାନି ଖଣି ଆରମ୍ଭ ବେଳେ ପ୍ରବଳ ବିରୋଧ।। ବିସ୍ଥାପିତଙ୍କ ବିରୋଧ ଯୋଗୁଁ ଉତ୍ତେଜନା।। ୧୩ ପ୍ଲାଟୁନ ପୋଲିସ ମୁତୟନ।
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଯାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭ ବେଳେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ବିସ୍ଥାପିତଙ୍କ ପ୍ରବଳ ବିରୋଧ ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି। ସ୍ଥିତି ର ଗମ୍ଭିରତା କୁ ଦେଖି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ଓ ବିସ୍ଥାପିତଙ୍କ ମଧ୍ୟରେ ଠେଲାପେଲା ଏବଂ ଧସ୍ତାଧସ୍ତି ମଧ୍ୟରେ ବେଦାନ୍ତ କମ୍ପାନୀ ତାର କୋଇଲା ଖଣି କାର୍ଯ୍ୟ ଆରମ୍ଭ କରିଛି।
ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି କୋଇଲା ଖଣି ଭୂଷଣ କଂପାନୀ କୁ ଆବଣ୍ଟନ ହୋଇଥିଲା। ଭୂଷଣ କଂପାନୀ ଜମି ଅଧିଗ୍ରହଣ କରିଥିଲା। କିନ୍ତୁ ଭୂଷଣ କମ୍ପାନୀ ଏଥିରୁ ଓହରିଗଲା ପରେ ବେଦାନ୍ତ କମ୍ପାନୀ କୁ ଏହି ଖଣି ଆବଣ୍ଟନ କରାଯାଇଥିଲା । ଖଣି କାର୍ଯ୍ୟରେ ବିଳମ୍ବ ହୋଇଥିବାରୁ କମ୍ପାନୀ ପକ୍ଷରୁ ୬ ଲକ୍ଷ ଅଧିକ କ୍ଷତିପୁରଣ ଦେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ସ୍ଥାନୀୟ ବିସ୍ଥାପିତ ମାନେ ୨୦୧୩ ଥଇଥାନ ଓ ପୁନର୍ବାସ ନୀତି ଅନୁସାରେ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ଆଜି କମ୍ପାନୀ ପକ୍ଷରୁ ଖଣି କାର୍ଯ୍ୟ ଆରମ୍ଭ କରିବା ବେଳେ ପ୍ରବଳ ବିରୋଧ ହେଉଛି ଏବଂ ଉତ୍ତେଜନା ଲାଗି ରହିଛି।