ରାଉରକେଲା : ସେଲ୍ ନିର୍ଦ୍ଦେଶକ ମଣ୍ଡଳୀର ହନୁମାନ ବାଟିକା ପରିଦର୍ଶନ।। ବାଟିକା ଟ୍ରଷ୍ଟ ପକ୍ଷରୁ ନିର୍ଦ୍ଦେଶକ ମଣ୍ଡଳୀଙ୍କୁ ସ୍ୱାଗତ କରାଗଲା।
ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ ଲିମିଟେଡ଼ ର ନିର୍ଦ୍ଦେଶକ ମଣ୍ଡଳୀ ରାଉରକେଲା ଗସ୍ତ ସାରି ଫେରି ଯାଇଛନ୍ତି। ଏହି ଗସ୍ତ ସମୟରେ ନିର୍ଦ୍ଦେଶକ ମାନେ ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ନିର୍ଦ୍ଦେଶକ ମଣ୍ଡଳୀ ସହରର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହନୁମାନ ବାଟିକା ବୁଲି ଦେଖିଥିଲେ। ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଙ୍କ ସହ ଆର ଏସ ପି ର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଏହି ଟିମ ସହ ଆସିଥିଲେ। ହନୁମାନ ବାଟିକା ତରଫରୁ ସୁବ୍ରତ ପଟ୍ଟନାୟକ , ନିହାର ରାୟ , ସତ୍ୟାନନ୍ଦ ମହାନ୍ତି ପ୍ରମୁଖ ନିର୍ଦ୍ଦେଶକ ମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ। ଦିଲ୍ଲୀରୁ ଆସିଥିବା ସେଲ ର ନିର୍ଦ୍ଦେଶକ ମାନେ ହନୁମାନ ବାଟିକା ରେ ଥିବା ବିଭିନ୍ନ ମନ୍ଦିରରେ ଠାକୁର ଦର୍ଶନ କରିଥିଲେ।