ରାଉରକେଲା : ବିଭିନ୍ନ ଧାର୍ମିକ ଶୋଭାଯାତ୍ରା ଲାଗି ଶାନ୍ତି କମିଟି ବୈଠକ।। ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ କରିବାକୁ ପ୍ରଶାସନର ନିବେଦନ।

0 251

ରାଉରକେଲା : ବିଭିନ୍ନ ଧାର୍ମିକ ଶୋଭାଯାତ୍ରା ଲାଗି ଶାନ୍ତି କମିଟି ବୈଠକ।। ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ କରିବାକୁ ପ୍ରଶାସନର ନିବେଦନ।ଆସନ୍ତା ୬ , ୭ ଏବଂ ୮ ତାରିଖରେ ରାଉରକେଲା ସହରରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଉଛି। ଏ ବାବଦରେ ରାଉରକେଲା ପ୍ଲାଣ୍ଟସାଇଟ ଥାନାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା , ଇଣ୍ଟିଗ୍ରେସନ ଫୋରମର ସଦସ୍ୟ ମାନେ ଯୋଗ ଦେଇଥିଲେ। ରାଉରକେଲା ଅତିରିକ୍ତ ଏସ ପି ବିକ୍ରମ କେଶରୀ ଭୋଇଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ପ୍ଲାଣ୍ଟସାଇଟ ଇନ୍ସପେକ୍ଟର ସନ୍ତୋଷ କୁମାର ଜେନା , ଉଦିତନଗର ଇନ୍ସପେକ୍ଟର ରବୀନ୍ଦ୍ର ନାଥ ପାତ୍ର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ସହ ସମସ୍ତ କାର୍ଯ୍ୟକ୍ରମ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା।

Leave A Reply

Your email address will not be published.