ରାଉରକେଲା : ଚକ୍ରଧରପୁର ଡିଭିଜନର ଡିଆରଏମ ଙ୍କ ରେଳ ଷ୍ଟେସନ ପରିଦର୍ଶନ।। ହକି ବିଶ୍ୱକପ ପୂର୍ବରୁ ବିକାଶମୂଳକ କାମ ସାରିବାକୁ ନିର୍ଦ୍ଦେଶ।

0 264

ଆସନ୍ତା ଜାନୁୟାରୀ ମାସରେ ରାଉରକେଲାରେ ଆୟୋଜନ କରାଯାଉଛି ହକି ବିଶ୍ୱକପ ୨୦୨୩। ଏଥି ଲାଗି ସବୁଆଡେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ରାଉରକେଲା ରେଳ ଷ୍ଟେସନର ମଧ୍ୟ ବିଭିନ୍ନ ଉନ୍ନୟନମୂଳକ ତଥା ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳର ନୂଆ ଡି ଆର ଏମ୍ ଅରୁଣ ଜେ ରାଠୋର ଏହି ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି। ଶୁକ୍ରବାର ଦିନ ଡି ଆର ଏମ୍ ଚାଲିଥିବା କାମର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଷ୍ଟେସନର ଦୂତୀୟ ପ୍ରବେଶ ପଥର ବିକାଶମୂଳକ କାମ , ୬ ନମ୍ବର ପ୍ଲାଟଫର୍ମ ର ନିର୍ମାଣ କାର୍ଯ୍ୟ ଆଦି ଅନୁଧ୍ୟାନ କରିଥିଲେ । ଏହା ଛଡା ଫୁଟ ଓଭର ବ୍ରିଜ , ଶୌଚାଳୟ , ଟିକେଟ କାଉଣ୍ଟର , ଯାତ୍ରୀ ପ୍ରତିକ୍ଷାଳୟ ମଧ୍ୟ ବୁଲି ଦେଖିଥିଲେ। ଡି ଆର ଏମ୍ ଶ୍ରୀ ରାଠୋର ବିଶ୍ରା ଷ୍ଟେସନ ଏବଂ କୁକୁଡ଼ା ଗେଟ ନିକଟରେ ଚାଲିଥିବା କାମର ଅନୁଧ୍ୟାନ କରିଥିଲେ। ହକି ବିଶ୍ୱକପ ପୂର୍ବରୁ ଷ୍ଟେସନର ସମସ୍ତ ବିକାଶମୂଳକ ଏବଂ ଉନ୍ନୟନମୂଳକ କାମ ସାରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.