ରାଉରକେଲା : ଦୂତୀୟ ବ୍ରହ୍ମଣୀ ସେତୁରୁ ନଦୀକୁ ଡେଇଁ ପଡିଲେ ବ୍ୟକ୍ତି।। ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ କଲେ ଉଦ୍ଧାର।

0 1,139

ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଶୁକ୍ରବାର ଦିନ ବ୍ରହ୍ମଣୀ ବ୍ରିଜ ରୁ ନଦୀକୁ ଡେଇଁ ପଡିଥିବା ଜଣେ ଲୋକଙ୍କ ଜୀବନ ରକ୍ଷା ପାଇଛି। ରାଉରକେଲା ଓରାମ ପଡ଼ା ରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ଆଜି ପୂର୍ବାହ୍ନରେ ଦୂତୀୟ ବ୍ରହ୍ମଣୀ ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ। ସେଠାରେ ଥିବା ସ୍ଥାନୀୟ ଲୋକମାନେ ତତ୍ପରତା ଦେଖାଇ ସଙ୍ଗେ ସଙ୍ଗେ ଏକ ଡଙ୍ଗା ସାହାଯ୍ୟ ବୁଡ଼ିଯାଉ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ପୋଲିସ ଏବଂ ଫାୟାର ବ୍ରିଗେଡ ଟିମ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଇଥିଲେ।

Leave A Reply

Your email address will not be published.