ସୁନ୍ଦରଗଡ଼ : ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ।। ୨୦୧୪ ମସିହାରେ ରାଜଗାଙ୍ଗପୁର ଥାନା ଅଞ୍ଚଳରେ ହୋଇଥିଲା ହତ୍ୟାକାଣ୍ଡ।

0 301

ଏକ ହତ୍ୟା ମାମଲାର ବିଚାର କରି ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କରଲାକାନି ଗ୍ରାମର ଵିସରାମ ନାଗ ହତ୍ୟା ଘଟଣାରେ ସମ୍ପୃକ୍ତ ଦୁଇ ହତ୍ୟାକାରୀ ଦିଲ୍ଲିପ ଵାଗ ଓ ରାମଜୀ ଵାଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ଏକ ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଛି। ଜୋରିମାନା ଅନାଦେୟ ଏକମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ସେସନ ଜଜ ସୁଭଦର୍ଶୀ ପଟ୍ଟନାୟକ ଆଜି ଦଣ୍ଡ ବିଧାନର ଶୁଣାଣି କରିଥିବା ସରକାରୀ ଓକିଲ ଅବଦୁଲ ସମିମ ଅଖତର ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କରଲାକାନି ଗ୍ରାମରେ ୨୦୧୪ ମସିହା ଏପ୍ରିଲ ୨୩ ତାରିଖ ରାତିରେ ଵିସରାମ ନାଗଙ୍କୁ ହତ୍ୟା କରାଯାଇଥିଵା ଅଭିଯୋଗ ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ନାବାଳକଙ୍କ ସହ ତିନି ଜଣ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ହତ୍ୟା ଘଟଣାରେ 13 ଜଣଙ୍କ ସାକ୍ଷ , ପ୍ରମାଣ, ସରକାରୀ ଓକିଲ ଙ୍କ ଦୃଢ ଯୁକ୍ତି ଏବଂ ପ୍ରତେକ୍ଷ୍ୟଦର୍ଶୀଙ୍କ ବୟାନ ଭିତ୍ତିରେ ସୁନ୍ଦରଗଡ଼ ଜିଲ୍ଲା ସେସନ ଜଜ ଆଜି ଆସାମୀ ଦିଲ୍ଲିପ ଵାଗ ଓ ରାମଜୀ ଵାଗଙ୍କୁ ଆଇପିସି ଦଫା ୩୦୨ ଅନୁଯାୟୀ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ଏହି ସୂଚନା ପବ୍ଲିକ ପ୍ରସେକ୍ୟୁଟର ଅବଦୁଲ ସମିମ ଅଖତର ଦେଇଛନ୍ତି।

Leave A Reply

Your email address will not be published.