ରାଉରକେଲା : ବିଦ୍ୟୁତ ଆଘାତରେ ମୃତ କର୍ମଚାରୀଙ୍କୁ କ୍ଷତିପୂରଣ ଦାବିରେ ଥାନା ଆଗରେ ଧାରଣା।। ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି।

0 351

ଖୁଣ୍ଟରେ ଚଢି ଲାଇନ ଠିକ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଯୁବ ଠିକା କର୍ମଚାରୀ ଗତକାଲି ମୃତ୍ୟୁ ବରଣ କରିଥିଲେ। ତାଙ୍କର ଶବ ଏପର୍ଯ୍ୟନ୍ତ ସତ୍କାର ହୋଇ ପାରିନାହିଁ। ଗତକାଲି ଠାରୁ ସ୍ଥାନୀୟ ଲୋକ ଏବଂ ପରିବାର ଲୋକ କ୍ଷତିପୂରଣ ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ପ୍ରତିବାଦ ରେ ଶୁକ୍ରବାର ଦିନ ମୃତକ ମନୋଜ ତିର୍କୀଙ୍କ ପରିବାର ବର୍ଗ ଏବଂ ସ୍ଥାନୀୟ ଲୋକମାନେ ରଘୁନାଥପାଲି ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଥାନା ପରିସରରେ ଟାଟା ପାୱାର ଅଧିକାରୀ , ଶ୍ରମିକ ନେତା ଏବଂ ସ୍ଥାନୀୟ ଲୋକଙ୍କ ଆଲୋଚନା ହୋଇଥିଲା। ମୃତକଙ୍କ ପରିବାର ବର୍ଗଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା। ଶ୍ରମିକ ନେତା ଜାହାଙ୍ଗିର ଅଲ୍ଲୀ , ବିଜେପି ନେତା ନିହାର ରାୟ , ସମାଜସେବୀ ହେମା ଏକ୍କା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସୂଚନା ଯୋଗ୍ୟଯେ ରାଉରକେଲା ଶିଳ୍ପାଞ୍ଚଳର ଆଇ ଟି ଆଇ ଗେଟ୍ ନିକଟରେ ୧୧ କେଭି ବିଦ୍ୟୁତ ଲାଇନ ସଂସ୍ପର୍ଶରେ ଆସି ଗୁରୁବାର ଦିନ ଜଣେ ବିଦ୍ୟୁତ ଠିକା କର୍ମଚରୀଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକ ଯୁବକ ମନୋଜ ତିର୍କୀ ଜବାଘାଟ ଅଞ୍ଚଳରେ ରହୁଥିଲେ। ଗୁରୁବାର ଅପରାହ୍ନରେ ମନୋଜ ଙ୍କୁ ବିଦ୍ୟୁତ ଲାଇନ ଯୋଡିବାକୁ କମ୍ପାନୀ ପକ୍ଷରୁ ନିଆଯାଇଥିଲା। ଖୁଣ୍ଟରେ ଚଢି କାମ କରିବା ସମୟରେ ବିଦ୍ୟୁତ ଆଘାତରେ ସେ ତଳେ ପଡିଯାଇଥିଲେ। ପରେ ତାଙ୍କୁ ଇ ଏସ ଆଇ ହସପିଟାଲ ଅଣା ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.