ରାଉରକେଲା : ଗ୍ରାଣ୍ଡ ପ୍ୟାରେଣ୍ଟ ଡେ ଆୟୋଜିତ।। ବସ୍ତିଆ ମେମୋରିଆଲ ଟ୍ରଷ୍ଟ ପରିସରରେ ସନ ସାଇନ ପ୍ରି ସ୍କୁଲ ପକ୍ଷରୁ ଆୟୋଜିତ।

0 280

ନିହାରବାଳା ଇଂଲିଶ ମିଡ଼ିଅମ ସ୍କୁଲ ରେ ଗ୍ରାଣ୍ଡ ପ୍ୟାରେଣ୍ଟ ଡେ ଅନୁଷ୍ଠିତ ହୋଇଯାଇଛି। ସନ ସାଇନ ପ୍ରି ସ୍କୁଲ ପକ୍ଷରୁ ରାଉରକେଲା ବସ୍ତିଆ ମେମୋରିଆଲ ଟ୍ରଷ୍ଟ ପରିସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ବସ୍ତିଆ ମେମୋରିଆଲ ଟ୍ରଷ୍ଟ ର ଚେୟାରମ୍ୟାନ ହେମନ୍ତ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇଂଜିନିୟର ଗୌତମ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଅଭୟ ଦାସ , ସତ୍ୟାନନ୍ଦ ମହାନ୍ତି , ପି ସି ପ୍ରଧାନ ଯୋଗ ଦେଇଥିଲେ। ଗ୍ରାଣ୍ଡ ପ୍ୟାରେଣ୍ଟ ଡେ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ପାଦିକା ନିବେଦିତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.