ରାଉରକେଲା : ବିଦ୍ୟୁତ ସଂସ୍ପର୍ଶରେ ଆସି ଠିକା କର୍ମଚରୀଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା।। ଘଟଣାର ତଦନ୍ତ ସହ କ୍ଷତିପୂରଣ ଦାବି କଲେ ପରିବାର ବର୍ଗ।

0 426

ରାଉରକେଲା ଶିଳ୍ପାଞ୍ଚଳର ଆଇ ଟି ଆଇ ଗେଟ୍ ନିକଟରେ ୧୧ କେଭି ବିଦ୍ୟୁତ ଲାଇନ ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ ଠିକା କର୍ମଚରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଯୁବକ ମନୋଜ ତିର୍କୀ ଜବାଘାଟ ଅଞ୍ଚଳରେ ରହୁଥିଲେ। ଗୁରୁବାର ଅପରାହ୍ନରେ ମନୋଜ ଙ୍କୁ ବିଦ୍ୟୁତ ଲାଇନ ଯୋଡିବାକୁ କମ୍ପାନୀ ପକ୍ଷରୁ ନିଆଯାଇଥିଲା। ଖୁଣ୍ଟରେ ଚଢି କାମ କରିବା ସମୟରେ ବିଦ୍ୟୁତ ଆଘାତରେ ସେ ତଳେ ପଡିଯାଇଥିଲେ। ପରେ ତାଙ୍କୁ ଇ ଏସ ଆଇ ହସପିଟାଲ ଅଣା ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ ପରିପ୍ରେକ୍ଷୀରେ କାମ କଲାବେଳେ ଖୁଣ୍ଟରେ ବିଦ୍ୟୁତ ଲାଇନ ଥିଲା ତାହା ତଦନ୍ତ ପରେ ଜଣା ପଡିବ । ଏହି ଘଟଣାକୁ ନେଇ ହସପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ଏବଂ ପରିବାର ବର୍ଗ ଘଟଣାର ତଦନ୍ତ ସହ କ୍ଷତିପୂରଣ ଦାବି କରିଛନ୍ତି।

Leave A Reply

Your email address will not be published.