ବଣେଇ : ଦୁର୍ଘଟଣା ରୋକିବାକୁ ଖୋଲା ଯାଉଛି ଡ୍ରାଇଭିଂ ଟ୍ରେନିଂ ସେଣ୍ଟର।। ନିର୍ମାଣଧୀନ ପ୍ରଶିକ୍ଷଣ କେନ୍ଦ୍ର ବୁଲି ଦେଖିଲେ ସାଂସଦ ଜୁଏଲ ଓରାମ ।
ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡରେ ରହିଛି ବହୁ ଖଣି ଖାଦାନ। ବିଶେଷ କରି କୋଇଡା , କାଲଟା ଆଦି ଅଞ୍ଚଳରୁ ଖଣିଜ ପଦାର୍ଥ ପରିବହନ ଲାଗି ବହୁ ଗାଡି ନିୟୋଜିତ ହୋଇ ଥାନ୍ତି। ପରିବହନ ଲାଗି ଗାଡି ସଂଖ୍ୟା ବହୁ ପରିମାଣରେ ବଢି ଯାଇଛି। ମାତ୍ର ପ୍ରଶିକ୍ଷିତ ଡ୍ରାଇଭର ଅଭାବ ଯୋଗୁଁ ଉକ୍ତ ରାସ୍ତାରେ ଅନେକ ଦୁର୍ଘଟଣା ଘଟୁଛି। ଭାରିଯାନ ଡ୍ରାଇଭର ମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଜିଲ୍ଲାର ବଣାଇ ବ୍ଳକର ଝିର୍ଡାପାଲି ଅଞ୍ଚଳରେ ଏକ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ନିଷ୍ପତ୍ତି ନିଆଯାଇଥିଲା। ଏବେ ଏହାର କାମ ଜୋରସୋର ରେ ଛାଲିଛି। ୩୫ ଏକର ଜମିରେ ୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା କେନ୍ଦ୍ରର ସମସ୍ତ ବ୍ୟୟ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ନେଇଛି।
ନିର୍ମାଣଧୀନ ଏହି ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ର କାର୍ଯ୍ୟ ଅଗ୍ରଗତି ର ସମୀକ୍ଷା କରିଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଏହି ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ରର ୮୦ ପ୍ରତିଶତ କାମ ସରିଲାଣି । ଏହି କେନ୍ଦ୍ର ହେବା ଦ୍ୱାରା ସ୍ଥାନୀୟ ଯୁବକ ମାନେ ଡ୍ରାଇଭିଂ ପ୍ରଶିକ୍ଷଣ ଭଲ ଭାବେ ନେଇ ପାରିବେ ବୋଲି ଜୁଏଲ କହିଛନ୍ତି ।