ରାଉରକେଲା : ଇନ୍ଦିରା ଗାନ୍ଧୀ ପାର୍କରେ ନବୀକରଣ କରାଯାଇଥିବା ଡଲ
ମିଉଜିଅମ ଉଦଘାଟିତ।। ରହିଛି ଦେଶ ବିଦେଶର ୨୦୦ ରୁ ଉର୍ଦ୍ଧ୍ବ କଣ୍ଢେଇ।

0 363

୪୦ ବର୍ଷ ପୂର୍ବେ ୧୯୮୨ ମସିହାରେ ରାଉରକେଲାରେ ଲୋକାର୍ପିତ ହୋଇ ଥିଲା କଣ୍ଢେଇ ସଂଗ୍ରହାଳୟ। ଇନ୍ଦିରା ଗାନ୍ଧୀ ପାର୍କ ରେ ଥିବା ଏହି ଡଲ ମିଉଜିଅମ ରେ ରହିଛି ୨୦୦ ରୁ ଉର୍ଦ୍ଧ୍ବ ଦେଶ ବିଦେଶର କଣ୍ଢେଇ। ଏହି କଣ୍ଢେଇ ଗୁଡିକ ଫାଇବର , ମାଟି , କପଡା , ସୁତା ଆଦିରେ ନିର୍ମିତ। ସମୟେ ସମୟେ ଡଲ ମିଉଜିଅମ ର ନବୀକରଣ କରା ଯାଇଥାଏ । ଶେଷ ଥର ଲାଗି ୨୦୧୧ ,
ମସିହାରେ ଏହି ସଂଗ୍ରହାଳୟର ନବୀକରଣ କରାଯାଇଥିଲା। ଚଳିତ ବର୍ଷ ମିଉଜିଅମ ର ନବୀକରଣ କରାଯାଇଛି। ଏହା ସହ କଣ୍ଢେଇ ଗୁଡିକୁ ରଙ୍ଗ ବେରଙ୍ଗର ନୂତନ ପୋଷାକରେ ସୁସଜ୍ଜିତ କରାଯାଇଛି। ସୋମବାର ଦିନ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ନବୀକରଣ କରାଯାଇଥିବା କଣ୍ଢେଇ ସଂଗ୍ରହାଳୟ କୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଆରଏସପି ର ବହୁ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.