ରାଉରକେଲା : ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।।

0 239

ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୨। ଏହି କାର୍ଯ୍ୟକ୍ରମ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ବୁଧବାର ଦିନ ରାଉରକେଲା ଆଇଟିଡିଏ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ନିତି ଶେଖର ଯୋଗ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ, ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ଭିଜିଲାନ୍ସ ଏସ ପି ଦେବନାରାୟଣ ଦାସ, ସରକାରୀ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ରର ଦେବେନ୍ଦ୍ର ନାଥ ବେହେରା, ଅତିରିକ୍ତ ଭିଜିଲାନ୍ସ ଡିଏସପି ବିମଳେନ୍ଦୁ ଶତପଥି ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ରାଉରକେଲା ଡି ଆଇ ପି ଆର ଓ
ସୀମା ଫାତିମା ଏକ୍କା ସଂଯୋଜନା କରିଥିଲେ। ଭିଜିଲାନ୍ସ ଡି ଏସ୍ ପି ଶ୍ରୀମତୀ କାଦମ୍ବିନୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.