ରାଉରକେଲା : ଲାଲ ବିଲଡିଂ ର ତେଲଗୁ ପଡ଼ା ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।। ୩ଟି ଫାୟାର ଟିମ ନିଆଁ ଲିଭାରେ ନିୟୋଜିତ
ରାଉରକେଲା ଲାଲ ବିଲଡିଂ ଗଳି ର ତେଲଗୁ ପଡ଼ା ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡ ସମୟରେ ଘରେ ଥିବା ଲୋକ ମାନେ ସଙ୍ଗେ ସଙ୍ଗେ ବାହାରି ଆସିବା ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ। ଖବର ପାଇ ୩ ଟି ଫାୟାର ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଅୟତ୍ତ କରିଥିଲେ। ସ୍ଥାନୀୟ ଲୋକମାନେ ମଧ୍ୟ ନିଆଁ ଲିଭାଇବାରେ ସହଯୋଗ କରିଥିଲେ। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନଥିଲେ ମଧ୍ୟ ଗ୍ୟାସ ସିଲିଣ୍ଡର ରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ନିଆଁ ଲାଗିଥିବା ସ୍ଥାନ ଅଣ ଓସାରିଆ ଥିବାରୁ ନିଆଁ ଲିଭାଇବାକୁ ଅସୁବିଧା ହୋଇଥିଲା। ତେବେ ଦୁଇଘଣ୍ଟା ପରିଶ୍ରମ ପରେ ନିଆଁକୁ ଅୟତ୍ତ କରାଯାଇ ପାରିଥିଲା।