ରାଉରକେଲା ଏୟାରପୋର୍ଟ କାମ ଏବେ ଜୋରସୋର ରେ ଚାଲିଛି। ଆସନ୍ତା ଡିସେମ୍ବର ମାସରେ ରାଉରକେଲାରୁ କମର୍ସିଆଲ ଏରୋପ୍ଲେନ ଚାଲିବାର ସମ୍ଭାବନା ରହିଛି। ହକି ବିଶ୍ୱକପ ୨୦୨୩ ଜାନୁଆରୀ ମାସରୁ ରାଉରକେଲାରେ ହେଉଥିବାରୁ ଏହା ପୂର୍ବରୁ ବିମାନ ଚଳାଚଳ ଆରମ୍ଭ କରିବାକୁ ସମସ୍ତ ଉଦ୍ୟମ ଚାଲିଛି। ଏୟାରପୋର୍ଟ ର ଚାଲିଥିବା ସମ୍ପ୍ରସାରଣ କାମ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସରିବା ନେଇ କୁହାଯାଉଛି। ତେଣୁ ଡିସେମ୍ବର ଦୂତୀୟ ସପ୍ତାହ ବେଳକୁ ରାଉରକେଲାରୁ ପ୍ଲେନ ଚାଲିବା ନେଇ ଆଶା କରାଯାଉଛି। ଏବେ ଟର୍ମିନାଲ ବିଲଡିଂ , ରନୱେ , ପାର୍କିଙ୍ଗ , ପାଚେରୀ ଆଦି କାମ ଅଧା ଉପରେ ସରି ଗଲାଣି। ଡିସେମ୍ବର ପ୍ରଥମ ସପ୍ତାହରେ ଏୟାରପୋର୍ଟ ଅଥରୀଟି ଅଫ ଇଣ୍ଡିଆ ପକ୍ଷରୁ ଟ୍ରାଏଲ ରନ ଏବଂ ଅନ୍ୟାନ୍ୟ ସୁବିଧା ଯାଞ୍ଚ କରାଯିବ। ଏହାପରେ କମର୍ସିଆଲ ପ୍ଲେନ ଚାଲିବା ନେଇ ନିଷ୍ପତ୍ତି ନିଆଯିବ।
ତେବେ କେବଳ ହକି ବିଶ୍ୱକପ ଲାଗି ପ୍ଲେନ ଚଳାଇବା ବ୍ୟବସ୍ଥା ନକରି ରାଉରକେଲାରୁ ନିୟମିତ ଭାବେ କିପରି ବିମାନ ସେବା ଚାଲିବ ସେଥି ପ୍ରତି ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।
ରାଉରକେଲା ରେ ଥିବା ଏୟାରପୋର୍ଟ ର ମାଲିକାନା ସେଲ ଅଧୀନରେ ରହିଛି। ନିୟମିତ ବିମାନ ଚଳାଚଳ ଲାଗି ଏୟାରପୋର୍ଟ ଅଥରୀଟି ଅଫ ଇଣ୍ଡିଆ ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନିହାତି ଆବଶ୍ୟକ। ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେଇ କାମ କଲେ ରାଉରକେଲାରୁ ନିୟମିତ ବିମାନ ଚଳାଚଳ କରିପାରିବ ବୋଲି ଏକ୍ସପର୍ଟ ମାନେ କହିଛନ୍ତି।