ରାଉରକେଲା : ୨୫ ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟତ୍ସବ ଉଦଘାଟିତ।। ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ।
ରାଉରକେଲା ଭଞ୍ଜଭବନ ରେ ୨୫ ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ବହୁ ସାଂସ୍କୃତିକ ସଙ୍ଗଠନ ର କଳାକାର ମାନେ ଯୋଗ ଦେଉଛନ୍ତି। ପ୍ରଥମ ଦିନରେ ଓଡିଶୀ ନୃତ୍ୟ , ଲୋକ ନୃତ୍ୟ ଏବଂ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା। ଓଡିଶା , ମଧ୍ୟପ୍ରଦେଶ ର କଳାକାର ମାନେ ଉଦଘାଟନୀ ଦିନରେ ନିଜ ନିଜ କଳା ପ୍ରଦର୍ଶନ ଜରିଥିଲେ। କୋଭିଡ କଟକଣା ହଟିଯିବା ପରେ ଦୁଇ ବର୍ଷ ପରେ ଏହି କାର୍ଯ୍ୟକ୍ରମ ହେଉଥିବାରୁ କଳାପ୍ରେମୀ ମାନେ ଉତ୍ସାହିତ ହୋଇ ପଡ଼ିଛନ୍ତି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବେଦବ୍ୟାସ ସଙ୍ଗୀତ ନୃତ୍ୟତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମକୁ ରାଉରକେଲା ବାସୀ ଉପଭୋଗ କରିପାରିବେ ।