ରାଉରକେଲା : ଲାଠିକଟା ବ୍ଲକ ରେ ହାତୀ ଆକ୍ରମଣରେ ଚାଷୀର ମୃତ୍ୟୁକୁ ନେଇ ଉତ୍ତେଜନା।। ମୃତକଙ୍କ ପରିବାର ଙ୍କୁ ୪ ଲକ୍ଷ କ୍ଷତିପୂରଣ ପ୍ରତିଶୃତି।

0 315

ରାଉରକେଲା ଲାଠିକଟା ବ୍ଲକ୍ ଅନ୍ତର୍ଗତ ଡେଲାକୁଦର ଗାଁ ନିକଟ ଚାଷ ଜମିରେ ହାତୀ ଆକ୍ରମଣରେ ଚାଷୀ ର ମୃତ୍ୟୁ କୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ବନବିଭାଗ ର ଅଧିକାରୀ ମାନେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ମଙ୍ଗଳବାର ସକାଳୁ ଚାଷଜମି କୁ ଯାଇଥିବା ବେଳେ ୨୨ଜଣିଆ ହାତୀ ପଲ ରୁ ଗୋଠ ଛଡ଼ା ହୋଇ ବୁଲୁଥିବା ଦନ୍ତା ହାତୀ ଟି ଡେଲାକୁଦାର ଚାଷ ଜମିରେ ଚାଷୀ ମକରୁ ସିଂ କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ୫୭ ବର୍ଷୀୟ ମକରୁ ସିଂ ମୃତ୍ୟୁବରଣ କରିଥିବା ସୂଚନା ପାଇବା ପରେ ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ପହଞ୍ଚିଥିଲେ। ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ୪ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ ବନବିଭାଗ ଅଧିକାରୀ। ହାତୀ ଏବଂ ମଣିଷ ମୁହାଁମୁହିଁ ନ ହେବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ହାତୀ ମାନଙ୍କ ଗତିବିଧି କୁ ଟ୍ରାକ କରା ଯାଉଥିବା କହିଛନ୍ତି ରାଉରକେଲା
ଡି ଏଫ ଓ।

Leave A Reply

Your email address will not be published.