ସୁନ୍ଦରଗଡ଼ : ବଡ଼ଗାଁ ଆଇଟିଆଇ ପରିସରରେ ମେଗା ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ।। ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

0 206

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଆଇ ଟି ଆଇ ପରିସରରେ ଜାଗୃତି କାର୍ଯ୍ୟକ୍ରମ ଜରିଆରେ ୫ ଦିନିଆ ମେଗା ସ୍ୱାସ୍ଥ୍ୟ ଶିବିର ଆରମ୍ଭ ହୋଇଛି। ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟ ଶିବିର ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ବଡ଼ଗାଁ ଆଇଟିଆଇ ର ପ୍ରତିଷ୍ଠାତା ସଚିବ ରାମଚନ୍ଦ୍ର ନାଏକ ଏବଂ ନିର୍ଦ୍ଦେଶକ ଡକ୍ତର ଅରୁଣ କୁମାର ନାଏକ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଡିଶା ରାଜ୍ୟ ସ୍କାଉଟ ଏଣ୍ଡ ଗାଇଡ଼ ର ଜାତୀୟ ଉପାଧ୍ୟକ୍ଷ କାଳୀ ପ୍ରସାଦ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୧୫୦ ସ୍କା ଉଟ ଏବଂ ଗାଇଡ଼ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ଏହି ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି।

Leave A Reply

Your email address will not be published.