ରାଉରକେଲା : ଡି ଏ ଭି ପୋଖରୀର ନବ କଳେବର।। ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ।

0 816

ରିଙ୍ଗ ରୋଡ଼ ରେ ଗଲାବେଳେ ଆଖି ପଡ଼ିଯାଏ ଡି ଏ ଭି ପୋଖରୀ ଉପରେ। ରାଉରକେଲା ସହରର ରିଙ୍ଗ ରୋଡ଼ କଡରେ ଥିବା ଏହି ପୋଖରୀର ଏବେ ଚାଲିଛି ନବ କଳେବର। ପୂର୍ବରୁ ଏହି ପୋଖରୀ ଅପରିଷ୍କାର ଅବସ୍ଥାରେ ପଡିରହିଥିଲା। ପୋଖରୀ ସାରା ଦଳ ରେ ଭର୍ତ୍ତି ହୋଇଥିବା ବେଳେ ଗାଈ , ମଇଁଷି , ମଣିଷ ସମସ୍ତେ ଏଠାରେ ଏକାଠି ଗାଧୋଉ ଥିଲେ। ଏବେ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ପୋଖରୀର ନବୀକରଣ ସହ ସୌନ୍ଦର୍ଯ୍ୟକରଣ କରାଯାଉଛି। ପୋଖରୀ ଚାରିପଟେ ପାଚେରୀ ନିର୍ମାଣ ସହ କାନ୍ଥରେ ରଙ୍ଗ ବେରଙ୍ଗର ପେଣ୍ଟିଙ୍ଗ କରାଯାଉଛି। ପୋଖରୀର ଜଳରାଶି ଏବେ ଅତି ନିର୍ମଳ ରହିଥିବା ବେଳେ ପୋଖରୀ ମଧ୍ୟରେ ଜଳ ଫୁଆରା ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଡି ଏ ଭି ପୋଖରୀ ଏରିଆକୁ ଏକ ମିନି ପାର୍କର ରୂପ ଦିଆଯାଇଛି। ସେଠାରେ ବସିବାକୁ ଏକ ଛୋଟ ଗ୍ୟାଲେରୀ ନିର୍ମାଣ କରାଯିବା ସହ ଅତି ସୁନ୍ଦର ବିଦ୍ୟୁତ ବ୍ୟବସ୍ଥା କରାଯାଇଛି।
ଡି ଏ ଭି ପୋଖରୀ ର ନବ କଳେବର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରେ ପହଞ୍ଚିଛି। ଆଉ ଅଳ୍ପଦିନ ମଧ୍ୟରେ ଏହାର ନବୀକରଣ କାମ ଶେଷ ହେବ ବୋଲି ଜଣାପଡ଼ିଛି।
ଏବେକାର ୫ ଟି ସଚିବ ଭି କେ ପଣ୍ଡିଆନ ରାଉରକେଲା ଏ ଡି ଏମ୍ ଥିବା ବେଳେ
ଡି ଏ ଭି ପୋଖରୀର ସୌନ୍ଦର୍ଯ୍ୟକରଣ କାମର ପରିକଳ୍ପନା କରିଥିଲେ । ମାତ୍ର ସେତେବେଳେ କେତେକ ଆଇନଗତ କାରଣ ଯୋଗୁ ଏହା କାର୍ଯ୍ୟକାରୀ ହୋଇ ପାରିନଥିଲା। ଏବେ ଏହି ପୋଖରୀକୁ ଅତି ସୁନ୍ଦର ଭାବେ ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ କରା ଯାଉଥିବାରୁ ସହରବାସୀଙ୍କ ମଧ୍ୟରେ ଖୁସି ଦେଖା ଦେଇଛି।

Leave A Reply

Your email address will not be published.