ଆସାମ ର ଗୌରୀପୁର ନିକଟ ଧୁବ୍ରି ରେ କାର୍ଯ୍ୟରତ ଥିବା ସି ଆର ପି ଏଫ ଜବାନ ସୁମିତ ଜୋଜୋ ଙ୍କ ଅକାଳ ମୃତ୍ୟୁରେ ବିରମିତ୍ରପୁରରେ ଶୋକର ଛାୟା ଖେଳି ଯାଇଛି। ସୁମିତ ଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ର ପାତାଳକାଣ୍ଡ ରେ। ସେ ଆସାମ ସିଆରପିଏଫ ୪୮ ବାଟାଲିଅନ ରେ କାର୍ଯ୍ୟରତ ଥିବା ବେଳେ ୩୦ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ମଙ୍ଗଳବାର ଦିନ ସୁମିତ ଜୋଜୋ ଙ୍କ ମରଶରୀର କୁ ଷ୍ଟେସନ ରେ ରାଉରକେଲା ସିଆରପିଏଫର ୧୯ ବାଟାଲିଅନ ପକ୍ଷରୁ ଗ୍ରହଣ କରାଯାଇ ବିରମିତ୍ରପୁର ନିଆଯାଇଥିଲା। ସେଠାରେ ସ୍ଥାନୀୟ ପୋଲିସ ଙ୍କ ଉପସ୍ଥିତିରେ ସୁମିତଙ୍କ ମର ଶରୀରକୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଏକ ଶୋକାକୂଳ ପରିବେଶ ମଧ୍ୟରେ ରାଷ୍ଟ୍ରୀୟ ସମ୍ମାନ ସହ ସୁମିତ ଜୋଜୋ ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ସିଆରପିଏଫ ପକ୍ଷରୁ ସିଆରପିଏଫ ଜବାନ ସୁମିତଙ୍କୁ ସଲାମୀ ଦିଆଯାଇଥିଲା ।