ବଣାଇ : ସ୍ୱାସ୍ଥ୍ୟ କାର୍ଡ କରାଇ ଦେବା ନାଁ ରେ ଠକେଇ।। ଜଣେ ଅଭିଯୁକ୍ତ ଗିରଫ।। ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା , ସ୍ଵାସ୍ଥ୍ୟ କାର୍ଡ,ଷ୍ଟାମ୍ପ,ଆଦି ଜବତ।

0 355

ସ୍ୱାସ୍ଥ୍ୟ କାର୍ଡ ଦେବା ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ରାକେଟ ର ପର୍ଦ୍ଦାଫସ କରିଚିଛ ବଣାଇ ପୋଲିସ। ଠକେଇ ଅଭିଯୋଗରେ ରାଉରକେଲାରୁ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ତିନିଜଣ ଙ୍କୁ ପୋଲିସ ଖୋଜୁଛି। ଏହି ଠକ ମାନେ ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀପଡ଼ା, ଟିକାଏତପାଲି ଓ ବଣାଇଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ସ୍ବାସ୍ଥ୍ୟ କାର୍ଡ କରାଇ ଦେବା ନାଁରେ ୩ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଠକିଥିଲେ। ବଣାଇଁ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ ଦେବତା ଏବଂ ବଣାଇଁ ଥାନା ଅଧିକାରୀ ରଞ୍ଜନ କୁମାର ନାୟକ ଏ ବାବଦରେ ସୂଚନା ଦେଇଛନ୍ତି। ଗିରଫ ଯୁବକ ନିକଟରୁ ପୋଲିସ ଛପା ଯାଇଥିବା ସ୍ୱାସ୍ଥ୍ୟ କାର୍ଡ , ମନି ରସିଦ , ଷ୍ଟାମ୍ପ ଏବଂ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛନ୍ତି।

ସୂଚନା ଅନୁଯାୟୀ ରାଉରକେଲା ର ଜଣେ ଯୁବକ ବଣାଇଁ ଅଞ୍ଚଳରେ କେତେକ ଲୋକଙ୍କ ସହାୟତାରେ ବିଭିନ୍ନ ଗ୍ରାମର ଘରକୁ ଘର ବୁଲି ଲୋକମାନଙ୍କୁ ସ୍ବାସ୍ଥ୍ୟ କାର୍ଡ କରାଇବା ପାଇଁ ପ୍ରବର୍ତ୍ତାଇଥିଲେ। ଏଥିପାଇଁ ପରିବାର ଜଣଙ୍କ ପ୍ରତି ଗୋଟିଏ ସ୍ବାସ୍ଥ୍ୟ କାର୍ଡ କରାଇବା ସହିତ ସେମାନଙ୍କ ଠାରୁ ଜଣ ପିଛା ୪୦ ରୁ ୫୦ ଟଙ୍କା ଆଦାୟ କରୁଥିଲେ। ଏଥିପାଇଁ ସେମାନଙ୍କୁ ଛାପା ମନି ରସିଦ, ସ୍ବାସ୍ଥ୍ୟ କାର୍ଡ ଆଦି ଦେବା ସହିତ ଏହି କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାରର ଷ୍ଟାମ୍ପ ରସିଦ ଫର୍ମ ଆଦି ବ୍ୟବହାର କରି ଆସୁଥିଲେ। ଯେଉଁ ମାନେ ସ୍ବାସ୍ଥ୍ୟ କାର୍ଡ କରିଛନ୍ତି ସେମାନଙ୍କ ପାଇଁ ପ୍ରତେକ ୩ ମାସର ସ୍ବାସ୍ଥ୍ୟ ଶିବିର କରାଯାଇ ସେମାନଙ୍କର ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏମାନଙ୍କ କାର୍ଯ୍ୟ କଳାପ ରେ ସନ୍ଦେହ ହେବାରୁ ଗୋବିନ୍ଦପୁର ଗ୍ରାମବାସୀ ଏବିଷୟରେ ବଣାଇଁ ଥାନାରେ ଅଭିଯୋଗ କରିଥିଲେ। ବଣାଇଁ ପୋଲିସ ଏହି ଠକେଇ ମାମଲାର ତଦନ୍ତ କରି ରାଉରକେଲାର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.