ରାଉରକେଲା : ଜାତୀୟ ଏକତା ଦିବସ ପାଳନ କଲେ ସିଆରପିଏଫ ୧୯ ବଟାଲିଅନ।। ଆୟୋଜିତ ମାରାଥନ ରେ ଯୋଗଦେଲେ ସାଂସଦ , ଡ଼ିଆଇଜି ।

0 235

ଆଜି ଅକ୍ଟୋବର ୩୧ ତାରିଖ । ଆଜି ଦିନକୁ ସମଗ୍ର ଦେଶରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଇଛି। ରାଉରକେଲାରେ ମଧ୍ୟ ଆଜି
ସି ଆର ପି ଏଫ ପକ୍ଷରୁ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଏହି ଦିନ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ। ସ୍ୱାଧୀନ ସଂଗ୍ରାମରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଯୋଗଦାନ ଉଲ୍ଲେଖନୀୟ। ୨୦୧୪ ମସିହାରେ ଏହି ଦିନକୁ ଜାତୀୟ ଏକତା ଦିବସ ଭାବେ କେନ୍ଦ୍ର ସରକାର ଘୋଷଣା କରିଥିଲେ।
ଏହି ପରିପ୍ରେକ୍ଷୀରେ ସୋମବାର ଦିନ ରାଉରକେଲାରେ ସି ଆର ପି ଏଫ ୧୯ ବାଟାଲିଅନ ପକ୍ଷରୁ ଏକ ମାରାଥନ ର ଆୟୋଜନ କରାଯାଇଥିଲା। ଏହି ମାରାଥନ ରିଙ୍ଗରୋଡ଼ ହୋଇ ସହର ପରିକ୍ରମା କରିଥିଲା।
ଆମ୍ବଗାନ ଛକ , ୨ ନମ୍ବର ସେକ୍ଟର ଛକ , ବିଶ୍ରା ଛକ , ଉଦିତନଗର ହୋଇ ଏହି ମାରାଥନ ସିଆରପିଏଫ କ୍ୟାମ୍ପରେ ଶେଷ ହୋଇଥିଲା। ଏହି ମାରାଥନ ରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ , ପଶ୍ଚିମାଞ୍ଚଳ ଡି ଆଇ ଜି ନୀତି ଶେଖରଙ୍କ ସମେତ ସିଆରପିଏଫ ଅଧିକାରୀ ଏବଂ ଜବାନ ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.