ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଲହୁଣୀପଡ଼ା ଥାନାର ପୁରୁଣାପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁଇ ପୁତୁରା ପାରିବାରିକ କଳହକୁ କେନ୍ଦ୍ର କରି ନିଜ କାକାକୁ ଏକ ବାଲଟି ସାହାଯ୍ୟରେ ପିଟି ପିଟି ହତ୍ୟା କରିବା ଘଟଣା ଆଖପାଖରେ ଆଲୋଡନ ସୃଷ୍ଟି କରିଛି। ସୋମବାର ଦିନ ପୁରୁଣାପାଣି ଗ୍ରାମରେ ସୁରେଶ ମୁଣ୍ଡା(୫୧) ଘରେ ଏକୁଟିଆ ରହିଥିବା ସମୟରେ ଜୟଦେବ ମୁଣ୍ଡା(୩୫) ଓ ମାନସିଂହ ମୁଣ୍ଡା (୩୭) ଦୁଇ ପୁତୁରା ଏକ ବାଲଟି ସାହାଯ୍ୟରେ ସୁରେଶ ର ମୁଣ୍ଡକୁ ପିଟି ଥିଲେ । ଫଳରେ ଘଟଣା ସ୍ଥଳରେ ଛଟପଟ ହୋଇ ସୁରେଶଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲହୁଣିପଡ଼ା ପୋଲିସ ସାଇଣ୍ଟିଫିକ ଟିମ ସହ ଗାଁରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟ ମର୍ଟମ ଲାଗି ପଠାଇଥିଲେ। ଦାଦା ହତ୍ଯାକାରୀ ଦୁଇ ପୁତୁରା କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ଖବର ପାଇ ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ ଦେବତା ଓ ଲହୁଣିପଡ଼ା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି ଘଟଣା ସ୍ଥଳରେ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।