ରାଉରକେଲା : ୧୯ ନମ୍ବର ସେକ୍ଟର ଥାନାରେ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ଉଦଘାଟିତ।। ପିଲାଙ୍କ ମନରୁ ପୋଲିସ ପ୍ରତି ଭୟ ଦୂର କରିବା ପ୍ରୟାସ।

0 295

ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହୁଏ। ବିଶେଷ କରି ପିଲା ମାନେ ବଦମାସି କଲେ ପୋଲିସ ନେଇ ଯିବ ବୋଲି କହି ଡରେଇ ଦିଆ ଯାଇଥାଏ। ଫଳରେ ପିଲା ବେଳୁ ସେମାନଙ୍କ ମନରେ ପୋଲିସ ପ୍ରତି ଏକ ଭୟ ସୃଷ୍ଟି ହୋଇଥାଏ। ପିଲାଙ୍କ ମନରୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ରାଉରକେଲାର ୧୯ ନମ୍ବର ସେକ୍ଟର ଥାନାରେ ଏକ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ଉଦଘାଟିତ ହୋଇ ଯାଇଛି। ଗୃହ ରାଜ୍ୟ ମନ୍ତ୍ରୀ ତୁଷାର କାନ୍ତି ବେହେରା ଏହି ଚିଲଡ୍ରେନ ଫ୍ରେଣ୍ଡଲି ପୋଲିସ ଷ୍ଟେସନକୁ ଭିଡିଓ କନଫରେନ୍ସିଂଗ ମାଧ୍ୟମରେ ଉଦଘାଟନ କରିଥିଲେ। ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର , ରାଉରକେଲା ଏସ ପି ମୁକେଶ କୁମାର ଭାମୁ ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଥାନାରେ ଏପରି ଶିଶୁ ଅନୁକୂଳ କେନ୍ଦ୍ର ଖୋଲା ଯାଇଥିବାରୁ ପୋଲିସ ପ୍ରତି ପିଲାମାନଙ୍କ ମଧ୍ୟରେ ସକାରାତ୍ମକ ଧାରଣା ସୃଷ୍ଟି ହେବ ବୋଲି ପଶ୍ଚିମାଞ୍ଚଳ ଡ଼ିଆଇଜି କହିଛନ୍ତି।

Leave A Reply

Your email address will not be published.