ରାଉରକେଲା : ଉଦୟମାନ ସୂର୍ଯ୍ୟଙ୍କୁ ଦୂତୀୟ ଅର୍ଘ୍ୟ ଅର୍ପଣ ସହ ଛଟ ପୂଜା ସମାପନ।। ସୋମବାର ଭୋରୁ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ସମାଗମ।
ଚାରି ଦିନ ନିଷ୍ଠାର ସହ ପୂଜାର୍ଚ୍ଚନା ପରେ ସୋମବାର ଦିନ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ପରେ ଛଟ ପର୍ବ ସମାପନ ହୋଇଛି। ବିହାର ପ୍ରଦେଶର ମହାପର୍ବ ଛଟ ପୂଜା ଲାଗି ଆଜି ଚଳଚଞ୍ଚଳ ହୋଇ ଉଠି ଥିଲା ଇସ୍ପାତ ନଗରୀ ରାଉରକେଲା। ଆଜି ଭୋରୁ ଶ୍ରଦ୍ଧାଳୁ ମାନେ ବିଭିନ୍ନ ନଦୀ ଏବଂ ଜଳାଶୟ ନିକଟରେ ଏକତ୍ରିତ ହୋଇ ସୂର୍ଯ୍ୟଦେବ ଏବଂ ଛଟ ମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ବିହାର ପ୍ରଦେଶ ବ୍ୟତୀତ ଝାରଖଣ୍ଡ , ଉତ୍ତରପ୍ରଦେଶ ର ଲୋକମାନେ ମଧ୍ୟ ଛଟ ପର୍ବର ଶେଷ ଦିନରେ ଦିନରେ ସୂର୍ଯ୍ୟଦେଵଙ୍କୁ ଦୂତୀୟ ଅର୍ଘ୍ୟ ଅର୍ପଣ କରିଥିଲେ। ରାଉରକେଲାର ନଦୀ ଏବଂ ବିଭିନ୍ନ ଜଳାଶୟରେ ନିକଟରେ ହଜାର ହଜାର ଲୋକ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ। ବ୍ରାହ୍ମଣୀ ନଦୀ ଘାଟ , ରୁପଟୋଲା ଘାଟ ,ବନ୍ଧମୁଣ୍ଡା , ଝିରିପାଣି , ଗୋପବନ୍ଧୁପାଲି , କୋଏଲନଗର , ରେଲୱେ କଲୋନୀ , ତୁମକେଲା ଆଦି ସ୍ଥାନରେ ପ୍ରଶାସନ ଏବଂ ବିହାର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଦୁଇ ବର୍ଷ ପରେ କୋଭିଡ କଟକଣା ହଟି ଯାଇଥିବାରୁ ଛଟ ପର୍ବ ପାଳନ ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି।