ରାଉରକେଲା : ଘରୋଇ କଳହ କୁ କେନ୍ଦ୍ର କରି ଟାଙ୍ଗିଆ ରେ ହାଣି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ।। ଅଭିଯୁକ୍ତ ସ୍ୱାମୀ ଗିରଫ।

0 546

ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ ଦେଓଗାଁ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳହ କୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ର ଜୀବନ ଯାଇଛି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଚଳାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦେଓଗାଁ ବସ୍ତିରେ ଡିବୋ ଏବଂ ତାଙ୍କ ପତ୍ନୀ ରହୁଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ରବିବାର ରାତିରେ ଝଗଡ଼ା ହୋଇଥିଲା। ଏହାପରେ ପତ୍ନୀ ନିଜ ରୁମ ରେ ଶୋଇ ପଡ଼ିଥିଲେ। ଝଗଡ଼ା ପରେ ସ୍ବାମୀ ଡିବୋ ର ରାଗ ଶାନ୍ତ ହୋଇ ନଥିଲା। ଶୋଇଥିବା ଅବସ୍ଥାରେ ସେ ନିଜ ସ୍ତ୍ରୀକୁ ଏକ ଟାଙ୍ଗିଆରେ ରେ ହାଣି ହତ୍ୟା କରିଥିଲା। ହତ୍ୟା କରି ଫେରାର ହୋଇଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଥିଲା ଡିବୋ। ପୋଲିସ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.