ରାଉରକେଲା : ସି ଆର ପି ଏଫ ୧୯ ବାଟାଲିଅନ ର ବାଇକ ରାଲି।। ଜାତୀୟ ଏକତା ଦିବସ ପାଳନ ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ।
ଆସନ୍ତା ଅକ୍ଟୋବର ୩୧ ତାରିଖ କୁ ଦେଶରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ। ସ୍ୱାଧୀନ ସଂଗ୍ରାମରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଯୋଗଦାନ ଉଲ୍ଲେଖନୀୟ। ୨୦୧୪ ମସିହାରେ ଏହି ଦିନକୁ ଜାତୀୟ ଏକତା ଦିବସ ଭାବେ କେନ୍ଦ୍ର ସରକାର ଘୋଷଣା କରିଥିଲେ।
ଏହି ପରିପ୍ରେକ୍ଷୀରେ ରବିବାର ଦିନ ରାଉରକେଲାରେ ସି ଆର ପି ଏଫ ୧୯ ବାଟାଲିଅନ ପକ୍ଷରୁ ଏକ ବାଇକ ରାଲି ର ଆୟୋଜନ କରାଯାଇଥିଲା।
ସି ଆର ପି ଏଫ କ୍ୟାମ୍ପ ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଆମ୍ବଗାନ ଛକ , ୨ ନମ୍ବର ସେକ୍ଟର ଛକ , ବିଶ୍ରା ଛକ , ଉଦିତନଗର ହୋଇ ଏହି ଶୋଭାଯାତ୍ରା ସିଆରପିଏଫ କ୍ୟାମ୍ପ ଫେରି ଆସିଥିଲା । ଏହି ରାଲିରେ ସିଆରପିଏଫ ଅଧିକାରୀ , ଜବାନ ଙ୍କ ସହ ଟ୍ରାଫିକ ପୋଲିସ ମାନେ ମଧ୍ୟ ଯୋଗ ଦେଇଥିଲେ। ଆସନ୍ତା ୩୧ ତାରିଖ ଜାତୀୟ ଏକତା ଦିବସରେ
ସି ଆର ପି ଏଫ ପକ୍ଷରୁ “ରନ ଫର ୟୁନିଟି” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।