ରାଉରକେଲା ର ବିଭିନ୍ନ ନଦୀ ଘାଟ ଏବଂ ଜଳାଶୟ ନିକଟରେ ବ୍ରତଧାରୀ ମନେ ପାଳନ କଲେ ଛଟ ପର୍ବ।। ଅସ୍ତଗାମୀ ସୁର୍ଯ୍ୟଙ୍କୁ ଦେଲେ ପ୍ରଥମ ଅର୍ଘ୍ୟ

0 305

ବିହାର ପ୍ରଦେଶର ମହାପର୍ବ ଛଟ ପୂଜା ଲାଗି ଆଜି ଚଳଚଞ୍ଚଳ ହୋଇ ଉଠିଛି ଇସ୍ପାତ ନଗରୀ ରାଉରକେଲା। ବିହାର ବ୍ୟତୀତ ଝାରଖଣ୍ଡ , ଉତ୍ତରପ୍ରଦେଶ ର ଲୋକମାନେ ମଧ୍ୟ ଛଟ ପର୍ବର ତୃତୀୟ ଦିନରେ ସୂର୍ଯ୍ୟଦେଵଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରିଥିଲେ। ଛଟପର୍ବ ଲାଗି ରାଉରକେଲାର ନଦୀ ଏବଂ ବିଭିନ୍ନ ଜଳାଶୟରେ ନିକଟରେ ଛଟ ପୂଜାରେ ହଜାର ହଜାର ଲୋକ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ। ବ୍ରାହ୍ମଣୀ ନଦୀ ଘାଟ , ରୁପଟୋଲା ଘାଟ ,ବନ୍ଧମୁଣ୍ଡା , ଝିରିପାଣି , ଗୋପବନ୍ଧୁପାଲି , କୋଏଲନଗର , ରେଲୱେ କଲୋନୀ , ତୁମକେଲା ଆଦି ସ୍ଥାନରେ ପ୍ରଶାସନ ଏବଂ ବିହାର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନିଜ ନିଜ ପରିବାରର ସୁଖ ଶାନ୍ତି କାମନା କରି ସୂର୍ଯ୍ୟ ଦେବତା ଏବଂ ତାଙ୍କ ଭଉଣୀ ଛଟ ମାତାଙ୍କୁ ବ୍ରତଧାରୀ ମାନେ ପୂଜାର୍ଚ୍ଚନା କରିଥିଲେ। ଛଟ ପର୍ବର ଆଜି ତୃତୀୟ ଦିନ। ଆଜି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇଥିବା ବେଳେ ସୋମବାର ଦିନ ସକାଳେ ଉଦୟଗାମୀ ସୂର୍ଯ୍ୟଙ୍କୁ ଦୂତୀୟ ଅର୍ଘ୍ୟ ଦିଆଯିବ। ନିଜ ପରିବାରର ସୁଖ ଶାନ୍ତି କାମନା କରି ଏହି ବ୍ରତ ପାଳନ କରା ଯାଇଥାଏ। ଦୁଇ ବର୍ଷ ପରେ କୋଭିଡ କଟକଣା ହଟି ଯାଇଥିବାରୁ ଛଟ ପର୍ବ ପାଳନ ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି।

Leave A Reply

Your email address will not be published.